Latest Odisha News

ଅଜଣା ଜନ୍ତୁ ଆକ୍ରମଣରେ ୬୩ ଛେଳି ମୃତ, ୨୮ ଆହତ

ପାରଳାଖେମୁଣ୍ଡି: ପୁଣି ଅଜଣା ଜନ୍ତୁ ଆତଙ୍କ । ନିଆଳି ଭଳି ଗଜପତି ଜିଲ୍ଲା କାଶୀନଗର ବ୍ଲକରେ ଅଜଣା ଜନ୍ତୁ ଆକ୍ରମଣରେ ୬୦ରୁ ଅଧିକ ଛେଳିଙ୍କ ମୃତ୍ୟୁ ହୋଇଛି । ୨୮ଟି ଛେଳି ଆହତ ହୋଇଛନ୍ତି । ଯାହାକୁ ନେଇ କାଶୀନଗର ବ୍ଲକ କିଡିଙ୍ଗା ଗ୍ରାମବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି । ତେବେ ଗୋଟିଏ ଥରରେ…

ବିଛା କାମୁଡ଼ିବା ପରେ ହୃଦଘାତ, ହସ୍ପିଟାଲରେ ଆଖି ବୁଜିଲା ୭ ବର୍ଷର ଛୁଆ

ନୂଆଦିଲ୍ଲୀ: ବିଛା କାମୁଡ଼ିବା ଦ୍ୱାରା ଯନ୍ତ୍ରଣା ହେବା ସମସ୍ତେ ଜାଣିଛନ୍ତି । କିନ୍ତୁ ବ୍ରାଜିଲରେ ବିଛା କାମୁଡ଼ିବା ପରେ ଜଣେ ୭ ବର୍ଷ ବାଳକର ବାରମ୍ବାର ହୃଦଘାତ ହେବା ପରେ ମୃତ୍ୟୁ ହୋଇଛି । ବ୍ରାଜିଲରେ ଏହାକୁ ହଳଦିଆ ବିଛା କୁହାଯାଉଛି । ବିଛା କାମୁଡ଼ିବାର ୨ ଦିନ ପରେ ୭ ବର୍ଷର ବାଳକ ଆଖି…

ରାଲିରେ ଇମ୍ରାନ ଖାନଙ୍କ ଉପରେ ଗୁଳିମାଡ଼, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ଗୁଳିମାଡ଼ ହୋଇଛି । ୱାଜିରାବାଦରେ ଏକ ରାଲିରେ ଇମ୍ରାନ ଖାନଙ୍କୁ ଗୁଳିମାଡ଼ କରାଯାଇଥିବା ବେଳେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଇମ୍ରାନଙ୍କ ସହ ଅନ୍ୟ ୪ ଜଣ ଗୁଳିମାଡ଼ରେ ଆହତ ହୋଇଥିବା ଜଣା…

ଟ୍ୱିଟର୍ ବ୍ଲୁଟିକ୍ ପାଇଁ ମାସିକ ୮ ଡଲାରକୁ ନେଇ ଅଜବ ଯୁକ୍ତି ରଖିଲେ ଏଲନ୍ ମସ୍କ

ନୂଆଦିଲ୍ଲୀ: ଟ୍ୱିଟର, ବ୍ଲୁଟିକ୍ ଓ ୮ ଡଲାର୍ । ଏବେ ଏଲନ୍ ମସ୍କଙ୍କ ନିଷ୍ପତ୍ତିକୁ ନେଇ ଚର୍ଚ୍ଚା ବଢ଼ୁଛି । ବ୍ଲୁଟିକ୍ ପାଇଁ ମାସିକ ୮ ଡଲାର ଦେୟକୁ ନେଇ ଅନେକ ଟ୍ୱିଟର ବ୍ୟବହାରକାରୀ ନାରାଜ ଥିବାବେଳେ ଏଲନ୍ ମସ୍କ ନିଜେ ଯୁଦ୍ଧକୁ ଓହ୍ଲାଇଛନ୍ତି ।…

ଗୁଜରାଟ ପାଇଁ ବାଜିଲା ବିଗୁଲ୍, ୨ଟି ପର୍ଯାୟରେ ହେବ ନିର୍ବାଚନ

ନୂଆଦିଲ୍ଲୀ: ଗୁଜରାଟର ୧୮୨ଟି ବିଧାନସଭା ଆସନ ଲାଗି ୨ଟି ପର୍ଯ୍ୟାୟରେ ମତଦାନ ହେବ । ନିର୍ବାଚନ କମିଶନ ଆଜି ପ୍ରେସମିଟରେ ୨ଟି ପର୍ଯ୍ୟାୟରେ ଗୁଜରାଟ ନିର୍ବାଚନ ହେବା ନେଇ ଘୋଷଣା କରିଛନ୍ତି । ପ୍ରଥମ ପର୍ଯ୍ୟାୟ ମତଦାନ ଡିସେମ୍ବର ୧ରେ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ଡିସେମ୍ବର ୫ ତାରିଖରେ ହେବ…

ଗୁଜରାଟ ମୋର୍ବି ଭଳି ଚୀନରେ ଭୁଶୁଡ଼଼ି ଥିଲା ପୋଲ, ଦୋଷୀ ଅଧିକାରୀଙ୍କୁ ଦିଆଯାଇଥିଲା ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ: ଗୁଜରାଟ ମୋର୍ବିରେ ବ୍ରିଜ୍ ଭୁଶୁଡ଼ି ୧୩୪ ଜଣଙ୍କ ମୃତ୍ୟୁ ପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ତେଜୁଛି । ତେବେ ଏଭଳି ମାମଲାରେ ଦେଶରେ କଡ଼ା କାର୍ଯ୍ୟାନୁଷ୍ଠାନ ଉଦାହରଣ ପ୍ରାୟତଃ ନାହିଁ କହିଲେ ଚଳେ । ଯେଉଁଥି ପାଇଁ ପୋଲ ନିର୍ମାଣକାରୀ ସଂସ୍ଥା ହେଉ ଅବା ମରାମତି ଦାୟିତ୍ୱ…

ମତଦାନ ପାଇଁ ପ୍ରସ୍ତୁତ ଧାମନଗର, ସକାଳ ୭ଟାରୁ ୨୫୨ ବୁଥରେ ପଡ଼ିବ ଭୋଟ୍

ଭଦ୍ରକ: ରାତି ପାହିଲେ ଭୋଟ୍ ଦେବେ ଧାମନଗରବାସୀ । ବାଛିବେ ସେମାନଙ୍କ ମନପସନ୍ଦର ନେତା । କଡ଼ା ସୁରକ୍ଷା ବଳୟ ଭିତରେ ଗୁରୁବାର ଧାମନଗର ଉପନିର୍ବାଚନ ପାଇଁ ମତ ଗ୍ରହଣ କରାଯିବ । ସବୁ ବୁଥରେ ସନ୍ଧ୍ୟା ସୁଦ୍ଧା ପୋଲିଂ ପାର୍ଟି ପହଞ୍ଚି ସାରିଛନ୍ତି । ୧୦୦୮ ଜଣ ପୋଲିଂ ଅଫିସର ମୁତୟନ କରାଯାଇଥିବା…

ଖୋଲିବ କଳା ଟଙ୍କାର ଚିଠା, ଅର୍ଚ୍ଚନା ନାଗଙ୍କ ସହ ୪ ଜଣଙ୍କ ବିରୋଧରେ ଇଡି ରୁଜୁ କଲା ମାମଲା

ଭୁବନେଶ୍ୱର: ହନିଟ୍ରାପ୍, ବ୍ଲାକମେଲିଂ ଓ ବ୍ଲାକମନି । କାହାଠୁ କୋଟି କୋଟି ଟଙ୍କା ଆଣିଛନ୍ତି ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ? ମାତ୍ର ୫ ବର୍ଷରେ କେମିତି ହେଲେ କୋଟିପତି ? ଅର୍ଚ୍ଚନା ନାଗ ମାମଲାରେ ଇଡି ରୁଜୁ କରିଛି ମାମଲା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ଅର୍ଚ୍ଚନା ନାଗଙ୍କ ସହ ତାଙ୍କ…

କୋର୍ଟରେ ଅନୁଭବଙ୍କ ଘର ଚାବି ଫେରାଇଲେ ବର୍ଷା

କଟକ: ଭୂତେଇଲେ, ଭଣ୍ଡେଇଲେ… କୋର୍ଟଙ୍କ ତାଗିଦ୍ ପରେ ଚାବି ଫେରାଇଲେ । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କୋର୍ଟଙ୍କ ତାଗିଦ୍ ପରେ ଅନୁଭବଙ୍କ ଘରର ଚାବିକୁ ଫେରାଇଛନ୍ତି । ବର୍ଷା କଟକ ଏସଡିଜେଏମ୍ କୋର୍ଟରେ ଶାଶୂଘର ଚାବିକୁ ଦାଖଲ କରିଥିବା ବେଳେ ଦ୍ୱିତୀୟ ଦିନରେ ପରିବାର ଅଦାଲତରେ ହାଜର ହୋଇ…

ପ୍ରଦୂଷଣ ପାଇଁ ନିର୍ମାଣ ବନ୍ଦ, ଶ୍ରମିକଙ୍କୁ ମାସିକ ୫ ହଜାର ଟଙ୍କା ଦେବେ ସରକାର

ନୂଆଦିଲ୍ଲୀ: ଦୀପାବଳି ପର ଠାରୁ ଦିଲ୍ଲୀରେ ବଢ଼ିଛି ପ୍ରଦୂଷଣ । ଘରୁ ପଦାକୁ ବାହାରିବା ମାତ୍ରେ ରୁନ୍ଧି ହୋଇ ଯାଉଛି ନିଶ୍ୱାସ । ଫଳରେ ସରକାର ଦିଲ୍ଲୀ-ଏନସିଆରରେ ସମସ୍ତ ନିର୍ମାଣ ଓ ଉଚ୍ଛେଦ କାମ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ନିର୍ମାଣ କାର୍ଯ୍ୟ ବନ୍ଦ ଯୋଗୁଁ ଘରେ ହାତ ବାନ୍ଧି ବସିଛନ୍ତି…