Latest Odisha News

ରାଜୀବ ଗାନ୍ଧୀ ଫାଉଣ୍ଡେସନର ଲାଇସେନ୍ସ ବାତିଲ୍ କଲା ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଗାନ୍ଧୀ ପରିବାର ସହ ଜଡ଼ିତ ଏକ ବେସରକାରୀ ସଂସ୍ଥା ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ, ରାଜୀବ ଗାନ୍ଧୀ ଫାଉଣ୍ଡେସନର ଲାଇସେନ୍ସ ବାତିଲ୍ କରି ଦେଇଛନ୍ତି । ଫରେନ୍ କଣ୍ଟ୍ରିବ୍ୟୁସନ୍ ଆକ୍ଟ ଅନୁସାରେ ଗୃହ ମନ୍ତ୍ରଣାଳୟ କାର୍ଯ୍ୟାନୁଷ୍ଠାନ ନେଇଛି । ସଂଗଠନ…

ଦୀପାବଳି ଦିନ ରାତି ୮ଟାରୁ ୧୦ଟା ବାଣ ଫୁଟାଇବାକୁ ଅନୁମତି

ଭୁବନେଶ୍ୱର: ରାଜଧାନୀରେ ମେଲିଛି ବାଣ ପସରା । ଦୋକାନରେ ରହିଛି ଭଳିକି ଭଳି ଭେରାଇଟିର ବାଣ । କୁମ୍ପି ହେଉ କି ଚକ୍ରି ଝରଝରି ସବୁ ପ୍ରକାର ବାଣ ବିକ୍ରି ହେଉଛି । ଓଡ଼ିଶାକୁ ବାତ୍ୟା ବିପଦ ଟଳିଥିବା ବେଳେ ଦୀର୍ଘ ୨ ବର୍ଷ ପରେ କରୋନା କଟକଣା ନଥିବାରୁ ବାଣ ଫୁଟାଇ ଖୁସି ମନାଇବାକୁ ସମସ୍ତେ…

ୱାର୍ଲ୍ଡ ସ୍କିଲ୍ ସେଣ୍ଟର CEO ଭାବେ ଅଳକା ଅରୋରା ମିଶ୍ରାଙ୍କୁ ନିଯୁକ୍ତି ଦେଲେ ସରକାର

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ୱାର୍ଲ୍ଡ ସ୍କିଲ୍ ସେଣ୍ଟର ସିଇଓ ଭାବେ ଓଡ଼ିଶା ସରକାର ଅଳକା ଅରୋରା ମିଶ୍ରାଙ୍କୁ ନିଯୁକ୍ତି ଦେଇଛନ୍ତି । ସର୍ଚ୍ଚ-କମ୍-ସିଲେକ୍ସନ୍ କମିଟି ସୁପାରିସ୍ ଆଧାରରେ ନିଯୁକ୍ତି ଦିଆଯାଇଛି । ଅବସରପ୍ରାପ୍ତ ଆଇଆରପିଏସ୍ ଅଧିକାରୀ ହେଉଛନ୍ତି ଅଳକା । ତାଙ୍କୁ ୩ ବର୍ଷ…

ରୋଜଗାର ମେଳାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ମିଳିବ ୧୦ ଲକ୍ଷ ନିଯୁକ୍ତି

ନୂଆଦିଲ୍ଲୀ: ମହାମାରୀ କୋଭିଡ୍ ପାଇଁ ଅନେକ ଦେଶର ଅର୍ଥନୀତି ଭୁଶୁ଼ଡ଼ି ପଡ଼ିଥିବା ବେଳେ ଲକ୍ଷ ଲକ୍ଷ ଲୋକ ଚାକିରି ହରାଇଛନ୍ତି । ଦେଶରେ ବି ସମାନ ଅବସ୍ଥା । ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୋଜଗାର ମେଳାର ଶୁଭାରମ୍ଭ କରିଛନ୍ତି । ଏକ ବର୍ଷ ଭିତରେ ୧୦ ଲକ୍ଷ ନିଯୁକ୍ତି ଦେବା…

ଅବପାତରେ ପରିଣତ ହେଲା ଲଘୁଚାପ, ୨୫ ତାରିଖରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ସ୍ପଷ୍ଟ ଚିହ୍ନିତ ଲଘୁଚାପ ଅବପାତରେ ପରିଣତ ହୋଇଛି । ଅବପାତ କ୍ରମଶଃ ଉତ୍ତରପଶ୍ଚିମ ଦିଗକୁ ଗତି କରି ୨୩ ସକାଳେ ରିକର୍ଭ କରି ଉତ୍ତର-ଉତ୍ତରପଶ୍ଚିମକୁ ଗତି କରିବା ସହ ବାତ୍ୟାରେ ପରିଣତ ହେବ । ବାତ୍ୟା…

ବାତ୍ୟା ‘ସିତ୍ରଙ୍ଗ’ ପାଇଁ ୮ ଜିଲ୍ଲା ସଜାଗ, ୨୬ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କଲେ SRC

ଭୁବନେଶ୍ୱର: ଓଡ଼ିଶା ଉପକୂଳ ଦେଇ ବାତ୍ୟା ଯିବନି । କିନ୍ତୁ ପ୍ରଭାବରେ ଉପକୂଳର କିଛି ଜିଲ୍ଲାରେ ବର୍ଷା ସହ ପବନ ହେବ । ବାତ୍ୟା ‘ସିତ୍ରଙ୍ଗ’ ଓଡ଼ିଶା ଉପକୂଳ ଛୁଇଁବାର ଆଶଙ୍କା ନଥିଲେ ମଧ୍ୟ ପ୍ରଶାସନ ସଜାଗ ରହିଛି । ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ୮ ଜିଲ୍ଲାକୁ ସଜାଗ କରାଯାଇଥିବା…

ଓଡ଼ିଶା ଉପକୂଳ ଛୁଇଁବନି ବାତ୍ୟା, ୨୬ ଯାଏ ଅଶାନ୍ତ ରହିବ ସମୁଦ୍ର

ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସକ୍ରିୟ ରହିଛି । ଏହା କ୍ରମଶଃ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଦକ୍ଷିଣପୂର୍ବ ଓ ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ୨୨ ତାରିଖରେ ଅବପାତର ରୂପ ନେବ ।…

ଅରୁଣାଚଳର ସିଆଙ୍ଗରେ ସେନାର ରୁଦ୍ର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଇଟାନଗର: ଅରୁଣାଚଳ ପ୍ରଦେଶର ସିଆଙ୍ଗରେ ଶୁକ୍ରବାର ବଡ଼ ଦୁର୍ଘଟଣା ଘଟିଛି । ସିଙ୍ଗିଂ ଗାଁ ନିକଟରେ ସେନାର ରୁଦ୍ର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ଘଟିଥିବା ସ୍ଥାନ ଟୁଟିଂ ହେଡକ୍ୱାର୍ଟରରୁ ୨୫ କିଲୋମିଟର ଦୂର ବୋଲି ଜଣାପଡ଼ିଛି । ଗୁଆହାଟି ପ୍ରତିରକ୍ଷା ପିଆରଓଙ୍କ…

୪୫ ଦିନର ପ୍ରଧାନମନ୍ତ୍ରୀ, କାହିଁକି ଲିଜ୍ ଟ୍ରସ୍ ଦେଲେ ଇସ୍ତଫା ?

ନୂଆଦିଲ୍ଲୀ: ଦୁନିଆର ଅନ୍ୟତମ ପ୍ରଭାବଶାଳୀ ରାଷ୍ଟ୍ର ୟୁନାଇଟେଡ୍ କିଙ୍ଗଡମ୍ ବା ୟୁକେ । ଭାରତ କାହିଁକି ବିଶ୍ୱର ପ୍ରାୟ ପ୍ରତିଟି ଦେଶରେ ଆଜି ୟୁକେକୁ ନେଇ ବେଶ୍ ଚର୍ଚ୍ଚା ହେଉଛି । ଆଉ ଚର୍ଚ୍ଚାର କାରଣ ପାଲଟିଛନ୍ତି ଲିଜ୍ ଟ୍ରସ୍ । ବ୍ରିଟେନ୍ ଇତିହାସରେ ସବୁଠୁ ସ୍ୱଳ୍ପ ସମୟ ମାତ୍ର ୪୫ ଦିନ…

ବାତ୍ୟା ସିତ୍ରଙ୍ଗ ପ୍ରଭାବରେ ୨୩ରୁ ବର୍ଷା, ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି । ଏହା କ୍ରମଶଃ ପୂର୍ବକେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଘନୀଭୂତ ହୋଇ ୨୨ ତାରିଖ ବେଳକୁ ଅବପାତ ଓ ୨୩ ତାରିଖରେ ଗଭୀର ଅବପାତରେ ପରିଣତ ହେବ । ଏହାପରେ ଗଭୀର ଅବପାତ ଉତ୍ତର ଦିଗକୁ ରିକର୍ଭ…