Latest Odisha News

ହୋଟେଲ୍ ଇଡେନ୍ ଆରଓସିରେ ତାଲା ଠୁଙ୍କିଲା ବିଏମସି

ଭୁବନେଶ୍ୱର: ରାଜଧାନୀରେ ଡେଙ୍ଗୁ କାୟା ବିସ୍ତାର କରିଥିବା ବେଳେ ସ୍ୱଚ୍ଛତାକୁ ଗୁରୁତ୍ୱ ଦେଉଛି ବିଏମସି । ବିଶେଷକରି ରାସ୍ତାଘାଟରେ ଅଳିଆ ଆବର୍ଜନା ନ ଫିଙ୍ଗିବା ଓ ଡଷ୍ଟବିନ୍ ବ୍ୟବହାର ଉପରେ ଧ୍ୟାନ ଦିଆଯାଉଛି । କିନ୍ତୁ ଭୁବନେଶ୍ୱରର କିଛି ବଡ଼ ବଡ଼ ହୋଟେଲ ଓ ରେଷ୍ଟୁରାଣ୍ଟ କିଛି ମାନୁ…

ଧର୍ମେନ୍ଦ୍ରଙ୍କ ୨ଟି ମୋବାଇଲ୍ ମିଳିଲା, ପ୍ରମାଣ ଅଛି ତ ?

ଭୁବନେଶ୍ୱର: ଜିଲ୍ଲା ପରିଷଦ ସଭ୍ଯ ଧର୍ମେନ୍ଦ୍ର ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ପରେ ଅନେକ ପ୍ରଶ୍ନ ଉଠୁଛି । ବିଶେଷ କରି ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଧର୍ମେନ୍ଦ୍ର କରିଥିବା ଫେସବୁକ୍ ପୋଷ୍ଟ ଯେତିକି ଚିନ୍ତାଜନକ ସେତିକି ସମ୍ବେଦନଶୀଳ । ମୃତ୍ୟୁର ମାତ୍ର କେଇ ମିନିଟ୍ ପୂର୍ବରୁ ଧର୍ମେନ୍ଦ୍ର…

ଇଣ୍ଟରପୋଲର ତଥ୍ୟକୁ ନେଇ ୧୯ ରାଜ୍ୟର ୫୬ଟି ସ୍ଥାନରେ CBI ଚଢ଼ାଉ

ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା CBI ୧୯ଟି ରାଜ୍ୟର ୫୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି । ଶିଶୁ ଯୌନ ଶୋଷଣ ବିରୋଧରେ ଏହି ଚଢ଼ାଉ ହୋଇଛି । ୧୯ ରାଜ୍ୟ ସହ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଛାନଭିନ୍ କରୁଛି ସିବିଆଇ ।…

ଖୋର୍ଦ୍ଧାରେ ବଢ଼ୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା, ଭୁବନେଶ୍ୱର ହଟସ୍ପଟ୍

ଭୁବନେଶ୍ୱର: ଡରାଉଛି ଡେଙ୍ଗୁ । ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରୁ ୫୮ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ମୋଟ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୦ ଟପିଛି । ତେବେ ଚିହ୍ନଟ ଡେଙ୍ଗୁ ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନେଶ୍ୱରରୁ ଅଧିକାଂଶ ଥିବା ଜଣାପଡ଼ିଛି । ବିଏମସି…

ନିର୍ଦ୍ୱନ୍ଦ୍ୱରେ ହକି ଇଣ୍ଡିଆର ସଭାପତି ନିର୍ବାଚିତ ହେଲେ ଦିଲୀପ ତିର୍କୀ

ଭୁବନେଶ୍ୱର: ହକି ଇଣ୍ଡିଆର ସଭାପତି ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ଦିଲୀପ ତିର୍କୀ । ହକି ଇଣ୍ଡିଆର ସଭାପତି ପଦ ପାଇଁ ଦିଲୀପ ତିର୍କୀଙ୍କ ସହ ଉତ୍ତରପ୍ରଦେଶ ହକି ମୁଖ୍ୟ ରାକେଶ କଟ୍ୟାଲ ଓ ଝାଡ଼ଖଣ୍ଡର ଭୋଳା ନାଥ ସିଂହ ନାମାଙ୍କନ କରିଥିଲେ । ଆଜି ଥିଲା ନାମାଙ୍କନ ପ୍ରତ୍ୟାହାରର…

୩୦ ଜିଲ୍ଲା ପାଇଁ ଯୋଜନା କମିଟି ଅଧ୍ୟକ୍ଷ ନାଁ ଘୋଷଣା, ଜାଣନ୍ତୁ କିଏ କେଉଁଠୁ ?

ଭୁବନେଶ୍ୱର: ରାଜ୍ୟ ସରକାର ୩୦ ଜିଲ୍ଲା ପାଇଁ ଯୋଜନା କମିଟି ଅଧ୍ୟକ୍ଷଙ୍କ ନାଁ ଘୋଷଣା କରିଛନ୍ତି । ମନ୍ତ୍ରୀ ଏବଂ ବିଧାୟକଙ୍କୁ ବିଭିନ୍ନ ଜିଲ୍ଲାର ଯୋଜନା କମିଟି ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି । ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ୧୯ ମନ୍ତ୍ରୀଙ୍କୁ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ କରାଯାଇଛି ।…

ଦେଶ ଛାଡ଼ି ପାରିବେନି ୧୮ରୁ ୬୫ ବର୍ଷର ନାଗରିକ, ବିମାନ ଟିକେଟ୍ ବିକ୍ରି ବନ୍ଦ ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ପାଶ୍ଚାତ୍ୟ ଦେଶ ଉପରେ ପରମାଣୁ ଆକ୍ରମଣ ନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନଙ୍କ ଧମକ ପରେ ଆଶଙ୍କାରେ ଋଷ ନାଗରିକ । ଋଷରୁ ବିଭିନ୍ନ ଦେଶକୁ ଯାଉଥିବା ବିମାନ ସବୁ ବୁକ୍ ହୋଇ ଯାଇଛି । ୟୁକ୍ରେନ୍ ସହ ଚାଲିଥିବା ଯୁଦ୍ଧକୁ ୭ ମାସ ବିତିଥିବା ବେଳେ ଆହୁରି ରଜର୍ଭ ସୈନ୍ୟ ପଠାଇବା…

ଗଞ୍ଜେଇ ରେଡ୍ ବେଳେ ମିଳିଲା ବିପୁଳ ରୂପା ଇଟା, ଆସିକାରୁ ନିଆ ଯାଉଥିଲା ପଶ୍ଚିମବଙ୍ଗ

କଟକ: ଗଞ୍ଜେଇ ଧରିବାକୁ ଅବକାରୀ ବିଭାଗ କରିଥିବା ରେଡ୍ ବେଳେ ରୂପା ଇଟା ସହ ଅଳଙ୍କାର ମିଳିଛି । ଏଥିସହ ଗାଡ଼ିରୁ ୧୪ ଲକ୍ଷ ଟଙ୍କା ଜବତ କରାଯାଇଛି । ଟାଙ୍ଗୀ ଟୋଲଗେଟ୍ ନିକଟରୁ ଅବକାରୀ ଗୁଇନ୍ଦା ବିଭାଗ ଏସବୁ ଧରିଥିବା ବେଳେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ପଶ୍ଚିମବଙ୍ଗ ନମ୍ବର…

କେବେ ଚେତିବା ? ଭୋକ ଲାଗିବାରୁ ହାତୀ ଖାଇଲା ପ୍ଲାଷ୍ଟିକ

ଭୁବନେଶ୍ୱର: ଦେଶ ସହ ରାଜ୍ୟରେ ପ୍ରଦୂଷଣ ବଢ଼ି ଚାଲିଛି । ସମସ୍ତ ପ୍ରକାର ପ୍ରଦୂଷଣ ମଧ୍ୟରେ ପ୍ଲାଷ୍ଟିକ ପ୍ରଦୂଷଣ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ପ୍ଲାଷ୍ଟିକ ପାଇଁ ପରିବେଶ ପ୍ରଦୂଷିତ ହେଉଛି । ମଣିଷ ବ୍ୟବହାର କରୁଥିବା ପ୍ଲାଷ୍ଟିକ ଯୋଗୁଁ ସମୁଦ୍ରରେ ରହୁଥିବା ଜୀବ ସହ ଜଙ୍ଗଲି…

ଡଲାର ତୁଳନାରେ ୪୦ ପଇସା ହ୍ରାସ ପାଇ ସର୍ବନିମ୍ନ ସ୍ତରରେ ଟଙ୍କା

ମୁମ୍ବାଇ: ଭାରତୀୟ ଟଙ୍କା ମୂଲ୍ୟ ହ୍ରାସ ପାଇଛି । ଆଜି କାରବାର ଆରମ୍ଭରୁ ଟଙ୍କା, ଆମେରିକୀୟ ଡଲାର ତୁଳନାରେ ୪୨ ପଇସା ହ୍ରାସ ପାଇ ସର୍ବନିମ୍ନ ସ୍ତର ୮୦.୮୩ରେ ରହିଛି । ବୁଧବାର ଡଲାର ତୁଳନାରେ ଟଙ୍କା କାରବାର ୭୯.୯୭୫୦ରେ ବନ୍ଦ ହୋଇଥିଲା ।…