Latest Odisha News

ଜଷ୍ଟିସ୍ ୟୁୟୁ ଲଳିତ ହୋଇପାରନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: କିଏ ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ? ଏବେ ପ୍ରଧାନ ବିଚାରପତି ଥିବା ଜଷ୍ଟିସ୍ ଏନଭି ରମଣାଙ୍କ କାର୍ଯ୍ୟକାଳ ଚଳିତ ମାସରେ ସରୁଛି । ପରବର୍ତ୍ତୀ ପ୍ରଧାନ ବିଚାରପତି ନେଇ ଜଷ୍ଟିସ୍ ୟୁୟୁ ଲଳିତଙ୍କ ନାଁ ସୁପାରିସ୍ କରିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍ ଏନଭି…

କାଲିଠୁ ବର୍ଷାରେ ଭିଜିବ ଓଡ଼ିଶା, ୭ରେ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର: ପୁଣି ବର୍ଷାରେ ଭିଜିବ ଓଡ଼ିଶା । ଫେରୁଛି ମୌସୁମୀ । ଦକ୍ଷିଣ ମୁହାଁ ମୌସୁମୀ ନିମ୍ନ ଚାପ ରେଖା ସ୍ୱାଭାବିକ ଅବସ୍ଥାନକୁ ଫେରୁଛି । ପ୍ରଭାବରେ ଆସନ୍ତାକାଲି ଠାରୁ ରାଜ୍ୟରେ ବର୍ଷା ବଢ଼ିବ । ୧୦ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ମାଲକାନଗିରି, କୋରାପୁଟ, ରାୟଗଡ଼ା,…

[ଦେଖନ୍ତୁ ଭିଡିଓ] ତାଇୱାନ ଭୋଗିବ କି ୟୁକ୍ରେନ୍ ଦଶା ? ଆମେରିକାର ଏଭଳି ଅଭ୍ୟାସ ପାଇଁ ହୋଇଥିଲା ଯୁଦ୍ଧ

ନୂଆଦିଲ୍ଲୀ: ୟୁକ୍ରେନ୍-ଋଷ ଯୁଦ୍ଧ ଥମିନି । ଏପଟେ ଆଉ ଗୋଟେ ଯୁଦ୍ଧ ଭଳି ସ୍ଥିତି ଉପୁଜିଲାଣି । ନାଟୋରେ ସାମିଲ୍ ନେଇ ଆମେରିକା କଥାରେ ଡେଇଁବା ୟୁକ୍ରେନକୁ ବେଶ୍ ଭାରି ପଡ଼ିଛି । ଆଉ ଏବେ ତାଇୱାନ ଉପରେ ଚୀନ ଆଧିପତ୍ୟ ବିସ୍ତାର ପାଇଁ ଉଦ୍ୟମ କରିଥିବା ବେଳେ ଆଗକୁ ଆସିଛି ଆମେରିକା । ତାଇୱାନ…

ଡିଲ୍ ବେଳେ ମାଡ଼ି ବସିଲା STF, କଲରାପତରିଆ ବାଘ ଛାଲ ଜବତ

ଭୁବନେଶ୍ୱର: ପୁଣି କଲରାପତରିଆ ବାଘ ଛାଲ ଜବତ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବନ କର୍ମଚାରୀଙ୍କ ସହାୟତାରେ STF କରିଥିବା ରେଡକୁ ସଫଳତା ମିଳିଛି । କନ୍ଧମାଳ ଜିଲ୍ଲା ଟିକାବାଲି ବ୍ରାହ୍ମଣୀପଡ଼ା ଗାଁରୁ ଏକ କଲରାପତରିଆ ବାଘ ଛାଲ ଜବତ କରାଯାଇଛି । ମାମଲାରେ ବ୍ରାହ୍ମଣୀପଡ଼ା ଗାଁର ବିରେନମିତ୍ର…

୫ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା, ପ୍ରବଳ ବର୍ଷା ନେଇ ୧୦ ଜିଲ୍ଲାକୁ ଚେତାବନୀ

ଭୁବନେଶ୍ୱର: ରାଜ୍ୟରେ ବଢ଼ିବ ବର୍ଷା ପରିମାଣ । ମୌସୁମୀ ନିମ୍ନ ଚାପ ରେଖା ଦକ୍ଷିଣ ମୁହାଁ ହୋଇଛି । ହିମାଳୟ ପାଦ ଦେଶରୁ ସ୍ୱାଭାବିକ ଅବସ୍ଥାନକୁ ଫେରୁଛି ମୌସୁମୀ ନିମ୍ନ ଚାପ ରେଖା । ପ୍ରଭାବରେ ଆସନ୍ତା ୫ ତାରିଖରୁ ରାଜ୍ୟରେ ବର୍ଷା ପରିମାଣ ବଢ଼ିବ । ୫ ତାରିଖରେ ରାଜ୍ୟର ୧୦ ଗୋଟି ଜିଲ୍ଲାରେ…

ଏସିଆ କପ୍ ତାରିଖ ଘୋଷଣା, ଦୁବାଇରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ: ଏସିଆ କପ୍ ପାଇଁ ତାରିଖ ଘୋଷଣା ହୋଇଛି । ଅଗଷ୍ଟ ୨୭ରୁ ଆରମ୍ଭ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟରେ ୨୮ ତାରିଖରେ ଭାରତ-ପାକିସ୍ତାନ ମୁହାଁମୁହିଁ ହେବେ । ଚଳିତଥର ଏସିଆ କପ୍ ଟି-ଟ୍ୱେଣ୍ଟି ଫର୍ମାଟରେ ଖେଳାଯିବ । ଏହି ମ୍ୟାଚ୍ ଦୁବାଇରେ ହେବ । ଅଗଷ୍ଟ ୨୭ରୁ ୩୧ ତାରିଖ ଯାଏ ଗ୍ରୁପ୍…

ମୃତ୍ୟୁ ପ୍ରମାଣପତ୍ର ପାଇଁ ଲାଞ୍ଚ ନେଉଥିଲେ କିରାଣି

ଭୁବନେଶ୍ୱର: ମୃତ୍ୟୁ ପ୍ରମାଣପତ୍ର ପାଇଁ ଲାଞ୍ଚ । ଡେଥ୍ ସାର୍ଟିଫିକେଟ୍ ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ହଳଦିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର କିରାଣି । କିରାଣି ଅନୁପ କୁମାର ଶତପଥୀଙ୍କ ଠାରୁ ଭିଜିଲାନ୍ସ ୫ ହଜାର ଲାଞ୍ଚ ଟଙ୍କା ଜବତ କରିଛି । ଅଭିଯୋଗ…

କାଷ୍ଟିଂ କାଉଚ୍ ମାମଲାରେ ପପୁଙ୍କୁ କ୍ଲିନ ଚିଟ୍, ନିର୍ଦ୍ଦୋଷରେ ଖଲାସ କଲେ କୋର୍ଟ

ଭୁବନେଶ୍ୱର: କାଷ୍ଟିଂ କାଉଚ୍ ମାମଲାରେ ପପୁ ପମପମଙ୍କୁ କ୍ଲିନ୍ ଚିଟ୍ । ବହୁଚର୍ଚ୍ଚିତ କାଷ୍ଟିଂ କାଉଚ୍ ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ଅଭିନେତା ପପୁ ପମପମ୍ । ୨୦୧୬ ମସିହାରେ ପପୁଙ୍କ ନାଁରେ କାଷ୍ଟିଂ କାଉଚ୍ ନେଇ ଅଭିଯୋଗ ଆଣିଥିଲେ ନାବାଳିକା । ଫିଲ୍ମରେ ରୋଲ୍ ଦେବେ କହି ଅସଦାଚରଣ…

ବିରୋଧୀଙ୍କ ପାଇଁ ମୁଲତବି ହେଲା ବିଧାନସଭା

ଭୁବନେଶ୍ୱର: ଆଜି ବିଧାନସଭାରେ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ, ହୋହଲ୍ଲା ଦେଖିବାକୁ ମିଳିଛି । ଫଳରେ ବାଚସ୍ପତି ବିଧାନସଭାକୁ ଦିନ ୧୧ଟା ୩୦ ଯାଏ ମୁଲତବି ଘୋଷଣା କରିଛନ୍ତି । ପ୍ରଶ୍ନକାଳ ଆରମ୍ଭରୁ ବାଚସ୍ପତିଙ୍କ ପୋଡ଼ିୟମ ତଳେ ବିଜେପି, କଂଗ୍ରେସ ସଦସ୍ୟ ହଟ୍ଟଗୋଳ କରିଥିଲେ । ଫଳରେ ଦିନ ସାଢ଼େ…

କେରଳରେ ଦେଶର ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତଙ୍କ ମୃତ୍ୟୁ !

ନୂଆଦିଲ୍ଲୀ: ଦେଶରେ ବଢ଼ୁଛି ମଙ୍କିପକ୍ସ ବିପଦ । କେରଳରେ ଶନିବାର ଜଣେ ୨୨ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଛି । ୟୁଏଇରୁ ଫେରିଥିବା ଉକ୍ତ ଯୁବକ ଜଣଙ୍କ ସେଠାରେ ମଙ୍କିପକ୍ସରେ ଆକ୍ରାନ୍ତ ହୋଇଥିଲେ । ତାଙ୍କ ଟେଷ୍ଟ ରିପୋର୍ଟ ମଙ୍କିପକ୍ସ ପଜିଟିଭ୍ ଆସିଛି । ତେବେ ଏବେ ଯାଏ ସ୍ପଷ୍ଟ ହୋଇନାହିଁ…