Latest Odisha News

କବିତା ହେଉଛି ସାହିତ୍ୟର ଆତ୍ମା : ପ୍ରହଲ୍ଲାଦ ଶତପଥି

ଓଡ଼ିଆ ସାହିତ୍ୟର ଏକ ସଶ୍ରଦ୍ଧ ଉଚ୍ଚାରଣ ପ୍ରହଲ୍ଲାଦ ଶତପଥି। ଚିରାଚରିତ ଶୈଳୀର ଢେର ଉର୍ଦ୍ଧ୍ବରେ ତାଙ୍କର ସୃଷ୍ଟି। କାହାର ପ୍ରଶଂସା ବା ନିନ୍ଦା ପ୍ରତି ଖିଆଲ ନଥାଏ ତାଙ୍କର। ତାଙ୍କ ରଚିତ କବିତାର ଶବ୍ଦବିନ୍ୟାସ ଏବଂ ନିଖୁଣ ଉପସ୍ଥାପନା ତାଙ୍କ ସମାଲୋଚକଙ୍କୁ ମଧ୍ୟ ବାଧ୍ୟ କରିଦିଏ ତାଙ୍କ…

ସନେଟ : ଗୁରୁ ହେ ଈଶ୍ବର ମୋର

ଅନୀତା ପାଣି  ସମୟ ସ୍ରୋତରେ ଜୀବନ ବହୁଛି ଗଲାଣି ଅନେକ ଦିନ, ଆଜି ବି ଜୀବନ୍ତ ଗୁରୁ ତୁମ ଛବି ଖୋଜେ ସେହି ପିଲା ମନ। ଚରଣେ ତୁମର କୋଟି ପ୍ରଣିପାତ ଗୁରୁ ହେ ଈଶ୍ବର ମୋର, ତୁମେତ ଖୋଲିଛ ତୃତୀୟ ନୟନ ଅଜ୍ଞାନୁ କରିଛ ଦୂର । ମାତା ପିତା ମୋତେ ସଂସାରେ ଆଣିଲେ ଗେହ୍ଲାରେ କଲେ ପାଳନ,…

ମୂଳଲେଖାର ଭାବ ସହ ସାମଞ୍ଜସ୍ୟ ହିଁ ସଫଳ ଅନୁବାଦର ସୂତ୍ର : ଶାରଦା ରଥ

ସାହିତ୍ୟର କ୍ଷେତ୍ର ସବୁବେଳେ ଅପରିସୀମ । ଏହା କୌଣସି ଗୋଟିଏ ଅଞ୍ଚଳର ଭାଷା ମଧ୍ୟରେ ସୀମିତ ନୁହେଁ ବରଂ ପୃଥିବୀର ସବୁ ଅଞ୍ଚଳର ଭାଷା, ସଂସ୍କୃତି, ସାମାଜିକ ଚଳଣି ସହ ପରୋକ୍ଷ ଭାବରେ ଜଡ଼ିତ । ହେଲେ ସବୁ ଭାଷାର ସାହିତ୍ୟକୁ ପଢ଼ିବା ସମ୍ଭବ ନୁହେଁ। ଅନ୍ୟ ଭାଷାର ସାହିତ୍ୟ ଜାଣିବାକୁ ହେଲେ, ନିଜ…

ରଚନା ସହିତ ଅନୁଭୂତି ସବୁବେଳେ ଜଡ଼ିତ : ଶୁଭନାରାୟଣ ସ୍ୱାଇଁ

ଓଡ଼ିଆ ଭାଷା ସାହିତ୍ୟ ଜଗତରେ କଥା ଓ କବିତାରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ଶୁଭନାରାୟଣ ସ୍ୱାଇଁ । ଅତି ସାଧାରଣ ଘଟଣାଗୁଡ଼ିକୁ ଭାବ ଓ ଭାଷାର ସମନ୍ୱୟରେ ଏକ ଆବେଗମୟ ପରିବେଶ ସୃଷ୍ଟି ହିଁ ତାଙ୍କ ଗଳ୍ପର ବିଭବ ପୁଣି କବିତାର ତତ୍ତ୍ୱ ଏବଂ ଉପନ୍ୟାସର ଆରମ୍ଭ । ଅନୁବାଦ ଓ…

ବିଶେଷତାରେ ବିଘ୍ନରାଜ

ପ୍ରିୟ କୁନି ପିଲାମାନେ ଆଜି ହେଉଛି ଗଣେଶ ପୂଜା । ତୁମେମାନେ ତ ଆଜି ପୂଜା କରିବ। ଗଣେଶ ହେଉଛନ୍ତି ଅଗ୍ରପୂଜ୍ୟ । ଏହାର ଅର୍ଥ ଆମେ କୌଣସି ଦେବାଦେବୀଙ୍କ ପୂଜା କରିବା ଆଗରୁ ପ୍ରଥମେ ଗଣେଶଙ୍କର ପୂଜା କରୁ। କାରଣ ଗଣେଶ ବିଘ୍ନବିନାଶକ ଭାବରେ ସବୁ ଅସୁବିଧାର ସମାଧନ କରିଥାନ୍ତି। ପିଲାମାନେ…

ଶିଖି-ଶିଖାଇବା ହିଁ ସାହିତ୍ୟ ସର୍ଜନାର ମୂଳମନ୍ତ୍ର : ସୁଜିତ୍ କୁମାର ସତପଥୀ

ଓଡ଼ିଆ ସାହିତ୍ୟର ଧାରାରେ ଅନେକ ନୂଆ ସମ୍ଭାବନାର ଖିଅ ଯୋଡ଼ିଥିବା ଏକ ଅନ୍ୟନ୍ୟ ବ୍ୟକ୍ତିତ୍ୱ ହେଉଛନ୍ତି ସୁଜିତ କୁମାର ସତପଥି। ଗଳ୍ପ, କବିତା, ଉପନ୍ୟାସ ତଥା ପ୍ରବନ୍ଧ ଆଦି ସବୁ ବିଭାଗରେ ସେ ସିଦ୍ଧହସ୍ତ। ତାଙ୍କ ଗଳ୍ପର ଗାମ୍ଭିର୍ଯ୍ୟ, କବିତାର ମାଦକତା, ଉପନ୍ୟାସର ଗତିଶୀଳତା ଏବଂ ଅନାଲୋଚିତ…

ସର୍ଜନା ମନସ୍କ ଲେଖକମାନଙ୍କ ପାଇଁ ପୁରସ୍କାର ମାପଦଣ୍ଡ ନୁହେଁ : ନିରଞ୍ଜନ ନାୟକ

ଓଡ଼ିଶା ସାହିତ୍ୟରେ ତରୁଣ ପୀଢ଼ିର ଜଣେ ଅଗ୍ରଣୀ ଲେଖକ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ନିରଞ୍ଜନ ନାୟକ । ସ୍ତମ୍ଭ , ଗଳ୍ପ , କବିତା ଫିଚର, ଓ ଗବେଷଣାତ୍ମକ ନିବନ୍ଧ ରଚନା ଭଳି ଓଡ଼ିଆ ସାହିତ୍ୟର ବିବିଧ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରଦର୍ଶନ କରି ବିପୁଳ ପାଠକୀୟ ଆଦୃତି ଲାଭ…

ଅତୃପ୍ତି ଭିତରେ ଘାଣ୍ଟି ହେଉଥିବା ବ୍ୟକ୍ତିଟି ହିଁ ଲେଖକ : କ୍ଷେତ୍ରବାସୀ ନାଏକ

ଓଡ଼ିଆ ଭାଷା ସାହିତ୍ୟ ଜଗତରେ ନିଜ ସୃଷ୍ଟି ଓ ସର୍ଜନାରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି କ୍ଷେତ୍ରବାସୀ ନାଏକ । ତାଙ୍କର ପ୍ରତ୍ୟେକଟି ଲେଖାରେ ସ୍ପଷ୍ଟ ବାରିହୁଏ ଜୀବନର ଦର୍ଶନ । ଅତିସାଧାରଣ ଘଟଣା ଗୁଡ଼ିକୁ ଭାବ ଓ ଭାଷାର ସମନ୍ୱୟରେ ଏକ ଆବେଗମୟ ପରିବେଶ ସୃଷ୍ଟି ହିଁ ତାଙ୍କ ସର୍ଜନାର…

ଭଲ ଲେଖା, ଲେଖକକୁ ପାଠକ ନିକଟରେ ବଞ୍ଚାଇ ରଖେ : ରଞ୍ଜନ ପ୍ରଧାନ

ସମ୍ପ୍ରତି ଓଡ଼ିଆ ସାହିତ୍ୟର ଏକ ସୁପରିଚିତ ନାମ ରଞ୍ଜନ ପ୍ରଧାନ। ତାଙ୍କ ଲେଖନୀର ସ୍ୱର ଖୁବ ଶାଣିତ । ବୃତ୍ତିରେ ଜଣେ ସାମ୍ବାଦିକ ଭାବରେ ସେ ଯେତିକି ଦକ୍ଷ ପ୍ରବୃତ୍ତିରେ ଜଣେ ଗାଳ୍ପିକ ଭାବରେ ମଧ୍ୟ ସେତିକି ପରିଚିତ । ନିଜ ଅନୁଭବ ଓ ଅନୁଭୁତିରେ କଳ୍ପନାର ରଙ୍ଗ ଭରି ସେ ସାହିତ୍ୟ ସୃଷ୍ଟି…

କବିତା : ସେଇ ଗାଁକୁ ନେଇ ଯା

ରଜୀତ ଦାସ ଦୂରୁ ଦିଶୁଅଛି ଅଳପ ଅଳପ ନଈ ଆର ପାରି ଗାଁ ମାନଚିତ୍ର ମଧ୍ୟେ ଖୋଜିଲେ କାହିଁକି ମିଳେ ନାହିଁ ତାର ନାଁ। ସକଳୁଆ ଶୀତ ହଳିଆର ଗୀତ ଆହା କି ସୁନ୍ଦର ମିତ ନଈ ଆରପାରି ପଠାରେ ଖେଳୁଛି ସୁନେଲି ସୋରିଷ କ୍ଷେତ। ଦୁବ ଘାସେ ପଡି ଶିଶିର ବୁନ୍ଦାଏ ଶୁଭ୍ର ତାରକସି ଦିଶେ…