Latest Odisha News

ଶାରଦା ପ୍ରସନ୍ନଙ୍କ ନାଁରେ ପୁରସ୍କାର ଘୋଷଣା

ଭୁବନେଶ୍ୱର: ବିଶିଷ୍ଟ ଗୀତିକାର ଓ ଚଳଚ୍ଚିତ୍ର ନିର୍ମାତା ଶାରଦା ପ୍ରସନ୍ନ ନାୟକଙ୍କ ସ୍ମୃତିରେ ଆଜି ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଣିକି ପ୍ରତିବର୍ଷ ଶାରଦାଙ୍କ ନାଁରେ ଦିଆଯିବ ‘ଶାରଦ ପ୍ରସନ୍ନ ନାୟକ ଗୀତ କବିତା ପୁରସ୍କାର’ । ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଏନେଇ ଅଢେଇ ଲକ୍ଷ ଟଙ୍କା ଦେବ । ଶାରଦାପ୍ରସନ୍ନଙ୍କ ଅବଦାନ ଓଡିଶା କଳା ଜଗତକୁ ରୁଦ୍ଧିମନ୍ତ କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ଶାରଦା ପ୍ରସନ୍ନ ନାୟକ ଓଡ଼ିଆ ସାରସ୍ୱତ ଜଗତର ଅମଳୀନ ପ୍ରତିଭା । ଜଣେ ଗୀତିକାର, ପ୍ରଯୋଜକ, ସଙ୍ଗୀତ ନିର୍ଦ୍ଦେଶକ ଭାବେ ଓଡ଼ିଆ ସଂସ୍କୃତି ଜଗତରେ ତାଙ୍କ ଅଲିଭା ସ୍ମୃତି ଛାଡି ଯାଇଛନ୍ତି । ଆଜି ସନ୍ଧ୍ୟାରେ ଶାରଦାଙ୍କ ରାଜ୍ୟସ୍ତରୀୟ ଏକାଦଶାହ ସଭା ଅନୁଷ୍ଠିତ ହେବ । ସଂସ୍କୃତି ବିଭାଗ ଓ ଜିକେସି ଓଡିଶୀ ଗବେଷଣା କେନ୍ଦ୍ର ଏହାର ଆୟୋଜନ କରିବ ।

Leave A Reply

Your email address will not be published.