କବିତା : ଅଦିନ ମେଘ

ସୁପ୍ରିୟା ପଣ୍ଡା                                                       

ଅଦିନ ମେଘ ଟା ଖୁବ ସୁନ୍ଦର
ଖଣ୍ଡ ଖଣ୍ଡ ଭାସମାନ ରୂପ
ମନ ମତାଣିଆ କିଛି ଛବି
ରଙ୍ଗ ତୁଳି ହୀନ ଆକାଶର।

କିଏ ବା ଜାଣିପାରେ ଅବକାଶ
ହଠାତ କିଛି ର ଆଭାସ ରେ
ଟପ ଟପ ଶବ୍ଦ ର ବିନ୍ଦୁ
ଧରଣୀ ରାଣୀ ର ସନ୍ତୋଷ।

ମୟୁର ନୃତ୍ୟର ତାଳେ ତାଳେ
କବି ପ୍ରାଣ କରି ପୁଲକିତ
ଜୀବନେ ସବୁଜ ସବୁଜିମା ଭରି
ଛମ ଛମ ସୁର କି କର୍ଣ୍ଣ ପଟଳେ।

ନଭଶ୍ଚୁମ୍ବୀ ବୃକ୍ଷରାଜି ର ବିଧୌତ ରୂପ
ସତେକି ଅପେକ୍ଷା କାଳ କାଳ ର
ଆକସ୍ମିକ ପ୍ରାପ୍ତି ର ମନଲୋଭା ରଙ୍ଗ
ପରିଛନ୍ନ ପରିମାପେ ଉଜ୍ଵଳ ପ୍ରଦୀପ।

ବେଳେ ବେଳେ ମନର ରେ ବି ଝଡ଼
ନୟନ କୋଣରୁ ଅବିଶ୍ରାନ୍ତ ବର୍ଷା
ଅଦିନ ମେଘ ରେ ଖୁବ ସନ୍ତାପିତ
ଆବର୍ତ୍ତମାନ ରେ ସମୟ ହିଁ ବଡ଼ ।

କିଏ ବା ବୁଝିପାରେ ହୃଦୟ ର କଥା
ଲୁହପିଆ ଓଠେ ନାଲି ଆବରଣ
ଅପ୍ରକାଶିତେ ହିଁ ପ୍ରତିଷ୍ଠାର ବିଗୁଲ
ସମାଜ ରେ ଟେକିବାକୁ ହୁଏ ମଥା।

ଅଦିନ ଋତୁ ର ମିଶ୍ରଣ ଭାବ
କିଛି ଶିକ୍ଷା ଦିକ୍ଷା ସମାଧାନ ସୂତ୍ର
ଜିଣିବାକୁ ହେବ ଅଘୋଷିତ ଯୁଦ୍ଧ
ସତେ ଆତ୍ମବଳ ର ଦୁନ୍ଦୁଭି ଶୁଭେ ।

ମେଘ ର ନଥାଏ ଅଦିନ କି ଦିନ
ବର୍ଷିଯିବା ଧର୍ମ ପାଳନ ରେ ଧୁର୍ତ୍ତ
ବିପଦ ଆପଦ ଶହେ କୋଷ ଦୂର
ନହେଉ କେବେ ବି ପ୍ରସ୍ତୁତି ମଳିନ ।

ରସୁଲଗଡ଼, ଭୁବନେଶ୍ୱର