Latest Odisha News

BREAKING NEWS

ଆରଡ଼ି ଆଖଣ୍ଡଳମଣି ମନ୍ଦିର ପରିସରରେ ଏସିଡ଼ ଆକ୍ରମଣ: ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ୬ ଆହତ

ଭଦ୍ରକ/ଧୁଷୁରୀ/ଚାନ୍ଦବାଲି/ଧାମନଗର : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଆରଡ଼ି ଆଖଣ୍ଡଳମଣି ପୀଠ ଏବେ ଅଶାନ୍ତ । ଦୁଇ ସେବାୟତ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଏସିଡ଼ ଆକ୍ରମଣ ହୋଇଛି । ଏହି ଗୋଷ୍ଠୀ ସଂଘର୍ଷ ଓ ଏସିଡ଼ ଆକ୍ରମଣରେ ୬ ଜଣ ସେବାୟତ ଗୋଷ୍ଠୀର ପୂଜକ ଆହତ ହୋଇଥିବା ପୋଲସ ସୂତ୍ରରୁ ପ୍ରକାଶ ।

ମିଳିଥିବା ସୂଚନାନୁଯାୟୀ ଜଣେ ଭକ୍ତଙ୍କୁ ନିଜ ପଟକୁ ନେବାଲାଗି ୨ଜଣ ସେବାୟତଙ୍କ ମଧ୍ୟରେ ଟଣାଓଟରା ହୋଇଥିଲା । ପରେ ୨ଜଣଙ୍କ ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ତୀବ୍ରରୂପ ଧାରଣ କରିବା ଫଳରେ ମନ୍ଦିର ପରିସର ଏକ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଥିଲା । ତେବେ ମିଳିଥିବା ସୂଚନା ଅନୁସାରେ ମନ୍ଦିର ପାଚେରୀ ବାହାରେ ଏସିଡ଼ ଆକ୍ରମଣ କରାଯାଇଛି ।

ଧୁଷୁରୀ ପୋଲିସ ଖବର ପାଇବା ପରେ ଘଟଣାସ୍ଥଳକୁ ଯାଇ ଛାନଭିନ କରୁଛି । ଏବେ ପରିସ୍ଥିତି ଗମ୍ଭୀର ରହିଥିବା ସୂଚନା ମିଳିଛି ।

Leave A Reply

Your email address will not be published.