Latest Odisha News

BREAKING NEWS

ଘୂର୍ଣ୍ଣିଝଡ଼ ଆଶଙ୍କା: ପାଣିପାଗ ବିଭାଗର ୧୬ଟି ଜିଲ୍ଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଗୁରବାର ଦିନ କେଇ ଘଣ୍ଟା ପରେ ଘୂର୍ଣ୍ଣିଝଡ଼ର ସତର୍କ ସୂଚନା ପ୍ରଦାନ କରାଯାଇଛି । ରାଜ୍ୟର ୧୬ଟି ଜିଲ୍ଲାକୁ ଏନେଇ ସୂଚନା ପ୍ରଦାନ କରାଯାଇଥିବା ପାଣିପାଗ କେନ୍ଦ୍ର ସୂତ୍ରରୁ ଜଣାପଡ଼ିଛି ।

ପାଣିପାଗ ବିଭାଗର ସୂଚନାନୁସାରେ କୋରାପୁଟ, କେନ୍ଦୁଝର, ଗଜପତି, ଗଞ୍ଜାମ, ଢେଙ୍କାନାଳ, ଅନୁଗୁଳ, ରାୟଗଡ଼ା, ଯାଜପୁର, ଭଦ୍ରକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, ବାଲେଶ୍ୱର ଏବଂ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ଓ ପବନ ସାଙ୍ଗକୁ ବଜ୍ରପାତର ଆଶଙ୍କା କରାଯାଇଛି ।

ଏହିସମୟ ମଧ୍ୟରେ ପଦାକୁ ନବାହାରିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.