Latest Odisha News

BREAKING NEWS

ଜଳୁଥିବା ଚୁଲି ଉପରେ ବସି ଲୋକଙ୍କୁ ଆଶୀର୍ବାଦ ଦେଉଛନ୍ତି ବାବା, ଭିଡିଓ ଦେଖି ସମସ୍ତେ ସ୍ତବ୍ଧ

ନୂଆଦିଲ୍ଲୀ : ବାବା କହିଲେ ସମସ୍ତେ ଜାଣନ୍ତି । ବାବାମାନଙ୍କର ଅଲୌକିକ କାର୍ଯ୍ୟକୁ ନେଇ ମଧ୍ୟ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ । କେଉଁଠାରେ ବାବା ବର୍ଷ ବର୍ଷ ଧରି ଛିଡ଼ା ହୋଇ ତପସ୍ୟା କରିଥାଆନ୍ତି ତ କେତେବେଳେ ପାଣି ଉପରେ ପଦ୍ମାସନ କରି ବସିବାର ଆପଣ ଦେଖିଥିବେ ଏବଂ ଶୁଣିଥିବେ। ତେବେ ଏହି ତାଲିକାରେ ଆଉ ଜଣେ ବାବା ସାମିଲ ହୋଇଛନ୍ତି । ଏହି ବାବା ଜଣକ ଜଳୁଥିବା ଚୁଲି ଉପରେ ବସି ଲୋକଙ୍କୁ ଆଶୀର୍ବାଦ ଦେଉଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି ।

ଏହି ଦୃଶ୍ୟଟି ହେଉଛି ମହାରାଷ୍ଟ୍ରର ଅକୋଲା ଅଞ୍ଚଳର । ଏଠାରେ ଜଣେ ବାବା ଜଳନ୍ତା ଚୁଲି ଉପରେ ବସି ବିଡ଼ି ଟାଣୁଥିବାର ଦେଖିବାକୁ ମିଳିଛନ୍ତି । ବାବା ଧୋତି ପିନ୍ଧିଥିବା ବେଳେ କାନ୍ଧରେ ଏକ ଧଳା ଚାଦର ପକାଇଛନ୍ତି । ବାବା ଜଣକ ଏକ ଲୁହାର ପ୍ଲେଟ ଉପରେ ବସିଥିବା ବେଳେ ତଳେ ନିଆଁ ଜଳୁଥିବାର ଦେଖିବାକୁ ମିଳିଛି । ହେଲେ ବାବା ବେଖାତିର ଭାବେ ତାତିଲା ଲୁହା ଉପରେ ବସି ଲୋକଙ୍କୁ ଆଶୀର୍ବାଦ ଦେଉଛନ୍ତି ।

ଏହି ଭିଡିଓଟିକୁ ଲିବେରାଲ୍‌ ଇଣ୍ଡିଆ ନାମକ ଏକ ଟ୍ଵିଟର ଆକାଉଣ୍ଟରେ ସେୟାର କରାଯାଇଛି । ଆଉ କ୍ୟାପସନରେ ଲେଖାଯାଇଛି, ଚୁଲିରେ ମଟନ, ଚୁଲିରେ ଆଇସିକ୍ରିମ୍‌ ପରେ ଏବେ ଚୁଲିରେ ବାବା ଟ୍ରେଣ୍ଡ ଆସିଛି । ଏହି ଭିଡିଓ ଲକ୍ଷାଧିକ ଲୋକ ଦେଖିଥିବା ବେଳେ ଦୁଇ ହଜାରରୁ ଅଧିକ ଲୋକ ଲାଇକ୍‌ କରିଛନ୍ତି ।

 

Leave A Reply

Your email address will not be published.