Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ହାତୀ ଛୁଆକୁ ସଂଘବଦ୍ଧ ଭାବେ ମାରିଦେଲେ ହାତୀପଲ

କାମାକ୍ଷାନଗର: ହାତୀ ଛୁଆର ମୃତଦେହ ଉଦ୍ଧାର । କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଫରେଷ୍ଟ ସେକ୍ସନ କଙ୍କିଳି ଗାଁ ଜରିତଇଳା ସାହି ନିକଟରେ ଥିବା ଦନାର ପୋଖରୀ ପାଖରୁ ଏକ ଶିଶୁ ହାତୀର ମୃତଦେହ ମିଳିଛି । ମୃତ ହାତୀ ଛୁଆର ଆନୁମାନିକ ବୟସ ପ୍ରାୟ ୪ ବର୍ଷ । ହାତୀପଲଙ୍କ ମଧ୍ୟରେ ସଂଘର୍ଷ କାରଣରୁ ହାତୀ ଛୁଆଟିର ମୃତ୍ୟୁ ହୋଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ମୁକ୍ତାପଶି ଫରେଷ୍ଟର ପ୍ରଦୀପ୍ତ ଭଞ୍ଜ ଓ ବନ କର୍ମଚାରୀ ପହଞ୍ଚି ହାତୀ ଛୁଆର ମୃତଦେହ ଉଦ୍ଧାର କରିଥିଲେ । ସ୍ଥାନୀୟ ଭିଏଏସଙ୍କ ଦ୍ଵାରା ଶବ ବ୍ୟବଚ୍ଛେଦ କରାଯାଇ ସୁନ୍ଦରାଖୋଲ ଜଙ୍ଗଲରେ ପୋତି ଦିଆଯାଇଛି । ଗତ କିଛି ଦିନ ହେବ ହାତୀପଲଙ୍କ ଆତଙ୍କ ଅଞ୍ଚଳରେ ଲାଗି ରହିଛି ।

Leave A Reply

Your email address will not be published.