Latest Odisha News

BREAKING NEWS

୩୩ଟି ରୁଟରେ ବିହାର-ଓଡ଼ିଶା ମଧ୍ୟରେ ଗଡ଼ିବ ବସ୍

କଟକ: ଏଣିକି ୧୫ଟି ନୁହେଁ, ୩୩ଟି ରୁଟରେ ବିହାର ଓ ଓଡ଼ିଶା ମଧ୍ୟରେ ହେବ ବସ୍ ଚଳାଚଳ । ଏନେଇ ଓଡିଶା ଏବଂ ବିହାର ସରକାରରଙ୍କ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷର ହୋଇଛି । ଚୁକ୍ତିନାମା ଅନୁଯାୟୀ, ବର୍ତ୍ତମାନ ଉଭୟ ସରକାରଙ୍କ ପରିବହନ ବିଭାଗର ପ୍ରାୟ ୨୧, ୮୬୭ କିଲାମିଟର ଅତିକ୍ରମ କରୁଥିବା ୩୩ ରୁଟରେ ବସ୍ ଚଳାଚଳ କରିପାରିବ । ପୂର୍ବରୁ ସରକାରଙ୍କ ଚୁକ୍ତି ଅନୁସାରେ ୧୫ଟି ରୁଟରେ ୯,୨୭୬ କିଲୋମିଟର ବସ୍ ଚଳାଚଳ କରୁଥିଲା । ଉଭୟ ସରକାରଙ୍କ ବର୍ତ୍ତମାନର ଏହି ନିଷ୍ପତ୍ତି ଯୋଗୁଁ ଦୁଇ ରାଜ୍ୟ ବିଶେଷ ଉପକୃତ ହୋଇପାରିବେ ।
ବସ ଚଳାଚଳ ଯୋଗୁ ଦୁଇ ରାଜ୍ୟ ମଧ୍ୟରେ ଧାର୍ମିକ, ପର୍ଯ୍ୟଟକ ଏବଂ ଶିକ୍ଷାଗତ ସ୍ଥାନଗୁଡ଼ିକ ସଂଯୋଗ କରିବ । ସେତିକି ନୁହେଁ, ବିହାରର ୧୪ଟି ସହର ଯଥା ପାଟନା, ସରିଫ, ଗୟା, ଔରଙ୍ଗାବାଦ୍, ଦରଭଙ୍ଗା, ରାଜଗିର, ଭାଗଲପୁର, ବକ୍ସର୍, ସିୱାନ୍, ଆରା, ହାଜିପୁର, ଚାପରା, ନୱାଡାକୁ ଯୋଗାଯୋଗ ସମ୍ଭବ ହୋଇପାରିବ । ଭୁବନେଶ୍ୱର, କଟକ, ବାରିପଦା, ବାଲେଶ୍ୱର, ରାଉରକେଲା, ସମ୍ବଲପୁର, ସୁନ୍ଦରଗଡ ପରି ସହର ଅନେକ ସହରରୁ ଲୋକାମାନେ ଏହାର ଲାଭ ଉଠାଇପାରିବେ ।

ରାଜ୍ୟ ପରିବହନ ପ୍ରାଧିକରଣର ସଚିବ ଜଗବନ୍ଧୁ ଭୋଳଙ୍କ କହିବା ଅନୁଯାୟୀ, ‘‘ନୂତନ ଚୁକ୍ତିନାମା ଅନୁସାରେ ଓଡ଼ିଶାରେ ବସ୍ ବିହାରରେ ୧୭,୬୧୧ କିଲୋମିଟର ଅତିକ୍ରମ କରିବ ଏବଂ ବିହାର ବସ୍ ଓଡ଼ିଶାରେ ୮, ୭୮୪ କିଲୋମିଟର ଅତିକ୍ରମ କରିବ । ଏହି ବସ୍ ଗୁଡ଼ିକ ଝାଡ଼ଖଣ୍ଡ ଦେଇ ରାଜ୍ୟରେ ୮୦୩୨ କିଲୋମିଟର ଦୂରତା ଅତିକ୍ରମ କରିବ । ରାଜ୍ୟରେ ସଡ଼କ ପରିବହନକୁ ସୁଗମ କରିବା ଦିଗରେ ଏହା ଏକ ବଡ଼ ପଦକ୍ଷେପ ।

Leave A Reply

Your email address will not be published.