Latest Odisha News

BREAKING NEWS

କରମଣ୍ଡଳ ଦୁର୍ଘଟଣା: ଆଜି ଦ୍ୱାଦଶାହ ପାଳୁଛନ୍ତି ବାହାନଗାବାସୀ, ୫ ହଜାର ଦୀପଦାନ ସହ ଚାଲିଛି ଗାୟତ୍ରୀ ମହାଯଜ୍ଞ

ବାହାନଗା:ଆଜି କରମଣ୍ଡଳ ଦୁର୍ଘଟଣାକୁ ୧୨ ଦିନ ପୂରିବ । ବାହାନଗାବାସୀ ମୃତକ ଉଦ୍ଦେଶ୍ୟରେ ଦଶାହ, ଏକାଦଶାହ ପରେ ଆଜି ଦ୍ୱାଦଶାହ ପାଳନ କରୁଛନ୍ତି । ଏହି ଅବସରରେ ଆଜି ଏଠାରେ ସର୍ବଧର୍ମ ସଭା, ଶାନ୍ତି ଶୋଭାଯାତ୍ରା,  ବିଶ୍ୱଶାନ୍ତି ଗାୟତ୍ରୀ ମହାଯଜ୍ଞ ଆୟୋଜନ କରାଯାଇଛି । ଏଥିସହିତ  ୫ ହଜାର ୮ ଦୀପଦାନ କରାଯିବାର କାର୍ଯ୍ୟକ୍ରମ ରହିଛି ।

କରମଣ୍ଡଳର ଟ୍ରେନ ଦୁର୍ଘଟଣା ଆରମ୍ଭରୁ ଶେଷ ସବୁ ଘଟଣାକୁ ନିଜ ଆଖିରେ ଦେଖିଛନ୍ତି ବାହନଗାବାସୀ । ମୃତାହତଙ୍କୁ ଉଦ୍ଧାର କରିବା, ସେମାନଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ଏପରିକି ଯାତ୍ରୀଙ୍କୁ ଘରେ ରଖିବା ପର୍ଯ୍ୟନ୍ତ ସବୁକାମ ଉତ୍ସର୍ଗୀକୃତ ମନୋଭାବ ନେଇ କରି ଆସିଛନ୍ତି । ଏହି ଭୟଙ୍କର ଦୁର୍ଘଟଣା ବଞ୍ଚିଥିବାଯାଏ ବାହାନଗାବାସୀ ମନେ ରଖିଥିବେ । ତେଣୁ ମୃତକଙ୍କ ପାଇଁ ରୀତିନୀତି ଅନୁଯାୟୀ ସମସ୍ତ କାମ ସେମାନେ କରି ଆସୁଛନ୍ତି । ଆଜି ଦ୍ୱାଦଶାହ ଉପଲକ୍ଷେ ଏଠାରେ ସତସଙ୍ଗ  ସହ ୧୫୦୦ ଲୋକଙ୍କ ପାଇଁ ସାମୂହିକ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି ।

ଗତକାଲି ଏକାଦଶାହରେ ଶହ ଶହ ଲୋକ, ବହୁ ରାଜନେତା, ବୁଦ୍ଧିଜୀବୀ ଓ ସମାଜସେବୀ ସାମିଲ ହୋଇଥିଲେ  । ମୃତକଙ୍କ ଉଦ୍ଦେଶ୍ୟରେ ବାହାନଗାବାସୀ ସମୂହ ମୁଣ୍ଡନ ବି ହୋଇଥିଲେ ।

 

Leave A Reply

Your email address will not be published.