Latest Odisha News

BREAKING NEWS

ବାହୁଡାଯାତ୍ରା ନୀତି ସଅଳ ହେବ

ପୁରୀ: ମହାପ୍ରଭୁଙ୍କ  ବାହୁଡ଼ାଯାତ୍ରା ଯାତ୍ରା ପାଇଁ ବଡ଼ ଦାଣ୍ଡ ପ୍ରସ୍ତୁତ ଥିବାବେଳେ ଏବେ ରଥ ମଧ୍ୟ ପ୍ରସ୍ତୁତ ରହିଛି । ମହାପ୍ରଭୁଙ୍କୁ ମଧ୍ୟ ବାହୁଡ଼ାଯାତ୍ରାରେ ଆଣିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ କାର୍ଯ୍ୟକ୍ରମ ପ୍ରସ୍ତୁତି ଆରମ୍ଭ ହୋଇଛି । ଚଳିତ ବର୍ଷ ବାହୁଡ଼ା ଯାତ୍ରାର ନୀତି ସଅଳ କରିବା ପାଇଁ ପ୍ରଶାସନର ପ୍ରସ୍ତୁତି ବୈଠକ କରିଛି।  ଦଇତାପତି ନିଯୋଗ ସହ ଜିଲ୍ଲାପାଳଙ୍କ ବୈଠକରେ ଏନେଇ ଆଲୋଚନା ହୋଇଛି ।

ଜୁଲାଇ 9 ରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ । ତେଣୁ ୮ ତାରିଖରେ  ଅପରାହ୍ନ ୪ରୁ ବନ୍ଦ ହେବ ଭକ୍ତଙ୍କ ଦର୍ଶନ । ମହାପ୍ରଭୁଙ୍କ ଦର୍ଶନ ବନ୍ଦ କରି ବାହୁଡା ନୀତି ସାରିବାକୁ ନିଷ୍ପତ୍ତି ନିଆଯାଇଛି ।  ବାହୁଡ଼ା ଯାତ୍ରା ସହ ସୁନାବେଶ ନୀତି ମଧ୍ୟ ସଅଳ କରିବାକୁ ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.