Latest Odisha News

BREAKING NEWS

400 ଟପିଲା ଦୈନିକ କୋଭିଡ ସଂକ୍ରମଣ: ସତର୍କ ରହିବା ଜରୁରୀ

ଭୁବନେଶ୍ବର:  ରାଜ୍ୟରେ ଦିନକୁ ଦିନ  ଉପରମୁହାଁ କରୋନା ସଂକ୍ରମଣ ହେବାରେ ଲାଗିଛି । ଦିନକୁ ଦିନ କୋଭିଡ ସଂକ୍ରମଣ ବଢ଼ିବାରେ ଲାଗିଥିବାରୁ ସତର୍କ ରହିବା ଜରୁରୀ ବୋଲି ଏବେ ସରକାରଙ୍କ ପକ୍ଷରୁ ପୁଣି ବାରମ୍ବାର କୁହାଯାଉଛି ।  ଗୋଟିଏ ଦିନରେ 401  କୋଭିଡ  ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୮ବର୍ଷରୁ କମ୍ ୪୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୨୩୬ ଓ ସ୍ଥାନୀୟ ଅଞ୍ଚଳରୁ ୧୬୫ ଜଣ ଚିହ୍ନଟ ହୋଇଛନ୍ତି ।

ତେବେ ଖୋର୍ଦ୍ଧାରୁ ସର୍ବାଧିକ ୧୯୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୋଟିଏ ସପ୍ତାହ ଭିତରେ ଖୋର୍ଧା ଜିଲ୍ଲାରେ ମାଡି ଚାଲିଛି କୋଭିଡ ସଂକ୍ରମଣ । ଅନ୍ୟ ଜିଲ୍ଲାମାନଙ୍କ ମଧ୍ୟରେ  ବାଲେଶ୍ୱର ୧୭, ଭଦ୍ରକ ୨, କଟକ ୬୪, ଗଜପତି ୬, ଗଞ୍ଜାମ ୨, ଜଗତସିଂହପୁର ୫, ଯାଜପୁର ୪, ଝାରସୁଗୁଡା ୩, କଳାହାଣ୍ଡି ୨, କେନ୍ଦ୍ରାପଡା ୩, କୋରାପୁଟ ୧, ମାଲକାନଗିରି ୧, ମୟୂରଭଞ୍ଜ ୬, ନୟାଗଡ ୪, ନୂଆପଡା ୧, ପୁରୀ ୧୪, ରାୟଗଡା ୧, ସମ୍ବଲପୁର ୫ ବୋଲି ଜଣାପଡିଛି ।

Leave A Reply

Your email address will not be published.