Latest Odisha News

BREAKING NEWS

ଆଜି ବାହୁଡିବ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ

ଭୁବନେଶ୍ୱର : ଆଜି ବାବା ଲିଙ୍ଗରାଜଙ୍କ ବାହୁଡା ଯାତ୍ରା । ଆଜି ବାହୁଡିବ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ । ଅପରାହ୍ନ ୩.୩୦ରେ ରଥଟଣା ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଁଞ୍ଚିଛି । ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି ।

ସକାଳ ୬.୩୦ରୁ ମଙ୍ଗଳଆରତୀ ଓ ଅବକାଶ ନୀତି ସରିବା ସାହାଣ ମେଲା ଦର୍ଶନ ଚାଲିଛି । ଦିନ ୧.୩୦ରେ ପହଣ୍ଡି କରାଯିବ ।୩ଟା ୩୦ ରେ ରଥଟଣା ଆରମ୍ଭ ହେବାପାଇଁ ସମୟ ନିର୍ଘଣ୍ଟ ହୋଇଛି ।

ହେଲେ ଚଳିତ ଥର ରକୁଣା ରଥ ଯାତ୍ରାରେ ବହୁ ଅବ୍ୟବସ୍ଥା ଓ ଅଗଟଣ ଦେଖିବାକୁ ମିଳିଛି । ରଥ ଚକା ଫାଟିବା ଏବଂ ରାସ୍ତା ଦବିବାରୁ ୩ ଦିନରେ ମାଉସୀମା ମନ୍ଦିର ପାଖରେ ପହଁଞ୍ଚିଥିଲା ରଥ ।ଗତ ସୋମବାର ଦିନ ମା’ ପାର୍ବତୀ ମାଉସୀମା ମନ୍ଦିରରୁ ଚାହାଣୀ ମଣ୍ଡପ ଫେରୁଥିବା ବେଳେ ପାଲିଙ୍କି ଭାଙ୍ଗିଯାଇଥିଲା । ଯାହାକୁ ନେଇ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା ।

Leave A Reply

Your email address will not be published.