Latest Odisha News

BREAKING NEWS

ଜହ୍ନରୁ ଚୋରୀ କରିବା ଲକ୍ଷ୍ୟରେ ଚୀନ, ରୁଷ

ମସ୍କୋ: ପୃଥିବୀ ପରେ ମଙ୍ଗଳ ଏବଂ ଚନ୍ଦ୍ରର ପ୍ରାକୃତିକ ସମ୍ପଦ ଉପରେ ରୁଷ ଓ ଚୀନର ଲୋଲୁପ ଆଖି ପଡିଛି । ଆମେରିକା ଗୋଇନ୍ଦା ବିଭାଗ ଏବଂ ସ୍ପେଶ ଆଣ୍ଡ କାଉଂଟର ସ୍ପେଶର ବରିଷ୍ଠ ରକ୍ଷା ବିଶ୍ଲେଷକ କୀଥ ରାଇଡର ଏକ ରିପୋର୍ଟରେ ଏହା ଉଲ୍ଲେଖ କରିଛନ୍ତି । ଚୀନ ଓ ରୁଷ ମିଳିତ ଭାବେ ମହାକାଶରେ ପ୍ରଭୂତ୍ୱ ବିସ୍ତାର କରିବା ଲକ୍ଷ୍ୟରେ ରହିଛନ୍ତି । ମଙ୍ଗଳ ଏବଂ ଚନ୍ଦ୍ରରୁ ମୂଲ୍ୟବାନ ପ୍ରାକୃତିକ ସମ୍ପଦ ଚୋରୀ କରିବା ଲକ୍ଷ୍ୟରେ ସେମାନେ ଯୋଜନା ପ୍ରସ୍ତୁତ କରିବା ଆରମ୍ଭ କରିଛନ୍ତି । ୩୦ ବର୍ଷ ମଧ୍ୟରେ ସେମାନେ ତାଙ୍କ ଟାର୍ଗେଟ ପୂରଣ କରିବା ଲକ୍ଷ୍ୟରେ ରହିଛନ୍ତି । ରାଇଡରଙ୍କ ଏହି ଚେତାବନୀ ପରେ ବିଭିନ୍ନ ଦେଶ ଚିନ୍ତା ବ୍ୟକ୍ତ କରିଛନ୍ତି ।

ପୂର୍ବରୁ ୨୦୧୯ରୁ ୨୦୨୧ ମଧ୍ୟରେ ସେମାନେ ମହାକାଶରେ ମିଳିତ ଭାବେ ୭୦ ପ୍ରତିଶତ କାର୍ଯ୍ୟ କରିଥିଲେ । ଏବେ ଏହା ୨୦୦ ପ୍ରତିଶତରୁ ଅଧିକ ବୃଦ୍ଧି କରିଛନ୍ତି । ଆମେରିକାକୁ ଦୁର୍ବଳ କରିବା ପାଇଁ ସେମାନେ ଏହି କାର୍ଯ୍ୟ କରୁଛନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି । ଯଦି ଅନ୍ୟ ବିକାଶଶୀଳ ଦେଶ ରୁଷ ଏବଂ ଚୀନ ପରି ପଦକ୍ଷେପ ଗ୍ରହଣ କରିବେ ତାହାହେଲେ ଅଶାନ୍ତି ନିଶ୍ଚିତ ଭାବେ ବୃଦ୍ଧି ହେବ । ୟୁକ୍ରେନ ଯୁଦ୍ଧ ପରେ ସେମାନେ ଆହୁରି ନିକଟତର ହୋଇଯାଇଛନ୍ତି ବୋଲି ରାଇଡର କହିଛନ୍ତି ।

Leave A Reply

Your email address will not be published.