Latest Odisha News

BREAKING NEWS

ଅଣ ଖେଳୁଆଡ ମନୋଭାବ ନେଇ ପୁଣି ବଦନାମ ହେଲା ଅଷ୍ଟ୍ରେଲିଆ

ଲଣ୍ଡନ:ଅଣ ଖେଳୁଆଡ ମନୋଭାବ ନେଇ ପୁନର୍ବାର ବଦନାମ ହୋଇଛି ଅଷ୍ଟ୍ରେଲିଆ କ୍ରିକେଟ ଟିମ । ଚଳିତ ଆଶେସ ସିରିଜର ଦ୍ୱିତୀୟ ଟେଷ୍ଟ ଅବସରରେ ଏହି ଘଟଣା ସମ୍ମୁଖକୁ ଆସିଛି । ଇଂଲଣ୍ଡର ୱିକେଟକିପର ତଥା ବ୍ୟାଟ୍ସମ୍ୟାନ ଜନୀ ବେୟାରଷ୍ଟୋଙ୍କୁ ଅଷ୍ଟ୍ରେଲିଆ ଖେଳାଳିମାନେ ଯେଉଁ ଭଳି ଢ଼ଙ୍ଗରେ ଆଉଟ କଲେ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ୫୨ତମ ଓଭରରେ ବେୟାରଷ୍ଟୋଙ୍କୁ ଅଷ୍ଟ୍ରେଲିଆର କ୍ୟାମେରୁନ ଗ୍ରୀନ ଏକ ବାଉନ୍ସର ପକାଇଥିଲେ । ବେୟାରଷ୍ଟୋ ବାଉନ୍ସରକୁ ଏଡେଇ ଦେବା ପରେ ବଲ ଡେଡ ହେବା ଭାବି ସାଥୀ ଖେଳାଳି ବେନ ଷ୍ଟୋକ୍ସଙ୍କ ସହ ଆଲୋଚନା କରିବାକୁ ଯାଇଥିଲେ । ଏହି ସମୟରେ ଆଲେକ୍ସ କ୍ୟାରୀ ତାଙ୍କୁ ଆଉଟ କରିବା ସହ ଅପିଲ କରିଥିଲେ ।

ଥାର୍ଡ ଅମ୍ପାୟର ରିଭ୍ୟୁ ପରେ ବେୟାରଷ୍ଟୋଙ୍କୁ ଆଉଟ ଘୋଷିତ କରାଯାଇଥିଲା । ଅମ୍ପାୟରଙ୍କ ଏହି ନିଷ୍ପତିରେ ସେ ସମ୍ପୂର୍ଣ୍ଣ ଭାବେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଦ୍ୱିତୀୟ ଟେଷ୍ଟରେ ଷ୍ଟୋକ୍ସ ଏବଂ ବେୟାରଷ୍ଟୋଙ୍କ ପାର୍ଟନରଶିପ ଦଳ ପାଇଁ ଜରୁରୀ ଥିଲା । ଖବର ହସ୍ତଗତ ହେଲ ବେଳକୁ ଷ୍ଟୋକ୍ସଙ୍କ ଲଢ଼ୁଆ ବ୍ୟାଟିଂ ଯୋଗୁ ଇଂଲଣ୍ଡ ବିଜୟ ପାଇଁ ହାତରେ ୪ଟି ୱିକେଟ ବାକି ଥାଇ ୭୮ ରନ ଆବଶ୍ୟ କରୁଛି ।

Leave A Reply

Your email address will not be published.