Latest Odisha News

BREAKING NEWS

ବ୍ରେକ୍‌ଅପ୍ ପରେ ଏକାଠି ନଜର ଆସିଲେ ଟାଇଗର-ଦିଶା

ମୁମ୍ବାଇ: ବ୍ରେକ୍‌ଅପ୍ ପରେ ପୁଣି ଏକାଠି ନଜର ଆସିଲେ ଅଭିନେତା ଟାଇଗର ଶ୍ରଫ ଓ ଅଭିନେତ୍ରୀ ଦିଶା ପଟାନୀ । ନିକଟରେ ଦିଲ୍ଲୀର ଏକ କାର୍ଯ୍ୟକ୍ରମରେ ଦିଶା ଓ ଟାଇଗରଙ୍କୁ ଏକାଠି ଦେଖିବାକୁ ମିଳିଛି । ସେମାନଙ୍କ ବ୍ରେକ୍‌ଅପ୍ ପରେ ପ୍ରଥମଥର ପାଇଁ ସର୍ବସାଧାରଣରେ ଏକାଠି ନଜର ଆସିଛନ୍ତି । ଏହାର ଭିଡ଼ିଓ ଓ ଫଟୋ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି ।

ନୂଆଦିଲ୍ଲୀରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଦିଶା ଏବଂ ଟାଇଗର ମୁମ୍ବାଇରୁ ଦିଲ୍ଲୀରେ ପହଞ୍ôଚଥିଲେ । ବିମାନବନ୍ଦରରେ ଦୁହେଁ ଫଟୋଗ୍ରାଫରଙ୍କୁ ଅଲଗା ଅଲଗା ପୋଜ୍ ଦେଇଥିଲେ । ପ୍ରଥମେ ଟାଇଗର କ୍ୟାମେରା ସାମ୍ନାରେ ପୋଜ ଦେଇଥିଲେ । ଏହି ସମୟରେ ଦିଶା ପଛରେ ଠିଆ ହୋଇଥିଲେ । ପରେ ଦିଶା କ୍ୟାମେରା ଆଗରେ ଆସି ପୋଜ୍ ଦେଇଥିଲେ । କିନ୍ତୁ କାର୍ଯ୍ୟକ୍ରମରେ ଉଭୟେ ପରସ୍ପର ପାଖରେ ବସିବା ସହ କଥାବାର୍ତ୍ତା କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।

ଟାଇଗର ଓ ଦିଶା ଉଭୟ ଉଭୟଙ୍କୁ ଭଲ ପାଇବା ସହ ଡ଼େଟ୍ ବି କରୁଥିଲେ । ସେମାନଙ୍କ ସମ୍ପର୍କକୁ ନେଇ ବଲିଉଡ଼ରେ ଚର୍ଚ୍ଚା ଜୋର ଧରିଥିଲା । ଅନେକ କାର୍ଯ୍ୟକ୍ରମ,ହୋଟେଲ,ପାର୍ଟିରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳୁଥିଲା । ହେଲେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବ୍ରେକ୍‌ଅପ୍ ହୋଇଥିଲା ।

Leave A Reply

Your email address will not be published.