Latest Odisha News

BREAKING NEWS

ସାଢେ ୧୧ଟା ସୁଦ୍ଧା ୪୪ ଡିଗ୍ରୀ ପାର, ଭୀଷଣ ଗ୍ରୀଷ୍ମ ପ୍ରବାହ ନେଇ ରେଡ ୱାର୍ଣ୍ଣିଂ ଜାରି

ଭୁବନେଶ୍ଵର: ଅସହ୍ୟ ତାତିରେ ଛଟପଟ ହେଉଛି ସାରା ଓଡ଼ିଶା। ଗୋଟିଏ ପରେ ଗୋଟିଏ ସହରରେ ତାପମାତ୍ରା ଲମ୍ବା ଲମ୍ଫ ମାରୁଛି। କେତେବେଳେ ଉତ୍ତର ଓଡ଼ିଶା ତ କେତେବେଳେ ପଶ୍ଚିମ ଓଡ଼ିଶା ପାଲଟୁଛି ନିଆଁ ପିଣ୍ଡୁଳା । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ଦିନ ୧୧ଟା ୩୦ ସୁଦ୍ଧା ବାଲେଶ୍ଵର ୪୪.୧ ଡ଼ିଗ୍ରୀ ତାପମାତ୍ରା ସହ ସବୁଠାରୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି।

ସେହିପରି ଭୁବନଶ୍ଵରର ୪୩.୬ ଡିଗ୍ରୀ ଓ ଝାରସୁଗୁଡାର ତାପମାତ୍ରା ୪୨.୫ ଡିଗ୍ରୀ ରେକର୍ଡ କରାଯାଇଛି। ଅନ୍ୟପଟେ କେନ୍ଦୁଝରରେ ୪୧.୪ ଡ଼ିଗ୍ରୀ, ଚାନ୍ଦବାଲିରେ ୪୧.୨ ଡ଼ିଗ୍ରୀ, ରାଉରକେଲାରେ ୪୦.୪ ଡ଼ିଗ୍ରୀ, ହୀରାକୁଦରେ ୩୯.୯ ଡ଼ିଗ୍ରୀ, ସମ୍ବଲପୁରରେ ୩୯.୮ ଡ଼ିଗ୍ରୀ, ପୁରୀରେ ୩୪.୪ ଡ଼ିଗ୍ରୀ, ପାରାଦୀପରେ ୩୩.୬ ଡ଼ିଗ୍ରୀ ଓ ଗୋପାଳପୁରରେ ୩୩.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଅନ୍ୟପଟେ ଆଜି ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ୩ ସହର କଟକ, ଭୁବନେଶ୍ବର ସହ ବାଲେଶ୍ବରକୁ ରେଡ୍‌ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ମେ’ ୧ ତାରିଖରେ ୬ ଜିଲ୍ଲାକୁ ରେଡ୍ ଆଲର୍ଟ ନେଇ ସତର୍କ କରାଯାଇଛି । ତେବେ ୨ ତାରିଖ ପରେ ପାଣିପାଗରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ। ୨ ଓ ୩ ତାରିଖ ପାଇଁ ଅରେଂଜ୍ ୱାର୍ଣ୍ଣିଂ ଜାରି କରାଯାଇଛି । ତାପମାତ୍ରାରେ କିଛିଟା ହ୍ରାସ ହେବା ନେଇ ପୂର୍ବାନୁମାନ କରାଯାଇଛି ।

Leave A Reply

Your email address will not be published.