Latest Odisha News

ମାଟ୍ରିକ ଖାତା ମୂଲ୍ୟାୟନ ପାଇଁ ବାଲେଶ୍ୱରରେ ବ୍ୟାପକ ବ୍ୟବସ୍ଥା

ବାଲେଶ୍ଵର: ଆଜିଠୁ ଆରମ୍ଭ ହେଉଛି ମାଟ୍ରିକ ଖାତାଦେଖା । ଏଥିଲାଗି ବାଲେଶ୍ୱର ଜିଲ୍ଲାରେ ମଧ୍ୟ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାୟାଇଛି । ଚଳିତବର୍ଷ ଜିଲ୍ଲାରୁ ୩୧ ହଜାର ୪୯୬ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ଆଉ ମୂଲ୍ୟାୟନ ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମୋଟ୍ ୪ଟି କେନ୍ଦ୍ର କରାଯାଇଛି ।

ରେଗୁଲାର ଛାତ୍ରଛାତ୍ରୀଙ୍କ ଲାଗି ବାଲେଶ୍ୱର ଜିଲ୍ଲାସ୍କୁଲ ଓ ଜଳେଶ୍ୱର ହାଇସ୍କୁଲରେ ମୂଲ୍ୟାୟନ ହେବାକୁଥିବାବେଳେ ସଂସ୍କୃତ ଓ ମଧ୍ୟମା ଛାତ୍ରଛାତ୍ରୀଙ୍କ ଖାତାଦେଖା ହେବ ମିଶନ ଗାର୍ଲ୍ସ ହାଇସ୍କୁଲରେ । ସେହିଭଳି ପବ୍ଲିକ ହାଇସ୍କୁଲରେ ମୁକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କର ଖାତାଦେଖା ଲାଗି ହୋଇଛି ବନ୍ଦୋବସ୍ତ ।

ଅନ୍ୟପଟେ ପ୍ରଥମ ପର୍ଯ୍ୟାୟରେ ଇଂରାଜୀ, ଗଣିତ, ଇତିହାସ-ଭୂଗୋଳ ବିଷୟର ମୂଲ୍ୟାୟନ ହେବାକୁ ସ୍ଥିର ହୋଇଛି । ସକାଳ ୯ଟାରୁ ଅପରାହ୍ନ ୩ଟା ଯାଏଁ ଖାତାଦେଖା ହେବାକୁଥିବାବେଳେ ସକାଳ ୮ଟା ସୁଦ୍ଧା ମୂଲ୍ୟାୟନ କେନ୍ଦ୍ରରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପହଞ୍ଚିବାକୁ ରହିଛି ନିର୍ଦ୍ଦେଶ ।

ଖାତାଦେଖା ଆରମ୍ଭ ହେବା ପୂର୍ବରୁ କୋଭିଡ ଗାଇଡଲାଇନ ଅନୁଯାୟୀ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି । ତେବେ ଖାତାଦେଖା ଆରମ୍ଭ ହେବା ପୂର୍ବରୁ ଗତକାଲି ସମସ୍ତ କେନ୍ଦ୍ରକୁ ଭଲଭାବେ ସାନିଟାଇଜ୍ କରାଯାଇଛି ।

Leave A Reply

Your email address will not be published.