Latest Odisha News

BREAKING NEWS

ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଟଙ୍କା ଝାମ୍ପି ନେଲେ ଲୁଟେରା

ଖୋର୍ଦ୍ଧା: ଟଙ୍କା ଆଦାୟ କରି ଫେରୁଥିଲେ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଛଡାଇନେଲେ ଲୁଟେରା । ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଅନ୍ତର୍ଗତ ରାଜସ ଗ୍ରାମରେ । ହେଲେ ଲୁଟ ବେଳେ ୨ ଲୁଟେରାଙ୍କୁ କାବୁ କରିଥିଲେ ସ୍ଥାନୀୟ ଲୋକେ । ପରେ ପୋଲିସ ଜିମାରେ ଦେଇଛନ୍ତି ।

BjdElectrycity

ଖବର ମୁତାବକ, ଲୁଟର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଲେ ଦେବାଶିଷ ମହାନ୍ତି । ସେ ବର୍ତ୍ତମାନ ଏକ ଘରୋଇ ଫାଇନାନ୍ସ କମ୍ପାନୀରେ କାର୍ଯ୍ୟରତ ଥିବାବେଳେ, ଦେବାଶିଷ ସୋବନି ଗ୍ରାମରୁ ଋଣ ଟଙ୍କା ସଂଗ୍ରହ କରି ରାଜସ ଅଭିମୁଖେ ଯାଉଥିଲେ । ହେଲେ କିଛି ସମୟ ଧରି ତାଙ୍କୁ ଉକ୍ତ ଲୁଟେରା ଦୁଇ ପିଛା କରୁଥିବାର ଜାଣିପାରିଥିଲେ  ଦେବାଶିଷ । ସେମାନଙ୍କ ଠାରୁ ବଞ୍ଚିବାକୁ ଅତି ଜୋରରେ ଗାଡି ଚଳାଇଥିଲେ ।

ଦେବାଶିଷ ରାଜସ ଛକ ନିକଟରେ ପହଁଞ୍ଚିବା ପରେ ୨ ଲୁଟେରା ତାଙ୍କୁ ମାଡ ମାରି ତାଙ୍କ ଠାରୁ ୩ ହଜାର ୭ ଶହ ଟଙ୍କା ଝାମ୍ପି ନେଇ ଫେରାର ହେବାକୁ ଚେଷ୍ଟା କରିଥିଲେ । ଦେବାଶିଷ ପାଟି କରିବାରୁ ସ୍ଥାନୀୟ ଲୋକେ ଦୌଡି ଆସି ୨ ଲୁଟେରାଙ୍କୁ କାବୁ କରି ପୋଲିସ ଜିମା ଦେଇଛନ୍ତି । ଘଟଣାରେ ପୋଲିସ ୨ ଲୁଟେରାଙ୍କୁ ଅଟକ ରଖି ପଚରାଉଚରା କରୁଛି ।

Leave A Reply

Your email address will not be published.