Latest Odisha News

BREAKING NEWS

ଏଥର ରଜରେ ଅନ୍‌ଲାଇନରେ ମିଳିବ ପାନ

ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଆଙ୍କ ଗଣପର୍ବ ରଜ । ତେବେ କରୋନା ପାଇଁ ଚଳିତ ବର୍ଷ ରଜ ଫିକା ପଡିଛି । ଚାରିଆଡେ ଲକଡାଉନ କଟକଣା ଲାଗୁ କରାଯାଇଛି । ଏଥିସହ ସଟଡାଉନ୍ ବି ହୋଇଛି । ତେବେ ରଜ ଯେପରି ଫିକା ନପଡିବ ସେଥିପାଇଁ ଆରମ୍ଭ ହୋଇଛି ଅନ୍‌ଲାଇନ୍ ପାନ ବ୍ୟବସାୟ । ଏଥର ରଜରେ ଅନ୍‌ଲାଇନ୍‌ରେ ପାନ ପାଇପାରିବେ ଗ୍ରାହକ । ୪ ଘଂଟା ଭିତରେ ଘରେ ଆସି ପହଂଚିଯିବ ଆପଣଙ୍କ ମନ ପସନ୍ଦର ପାନ । ରଜରେ ଘରେ ବସି ଉପହାର.କମ୍ ଜାରିଆରେ କଟକ ଓ ଭୁବନେଶ୍ୱରରେ ଲୋକେ ପାଇଯିବେ ମିଠା ପାନ । ବିିଭିନ୍ନ ପ୍ରକାର ଫ୍ଲେଭରର ପାନ ଏହି ଅନ୍‌ଲାଇନ୍‌ରେ ଉପଲବ୍ଧ ରହିଛି । ଅଲଫାନସୋ ମିଠା ପାନ, ଷ୍ଟ୍ରବେରୀ ପାନ, ଦିଲଖୁସ ପାନ ମିଳିବ । ତେବେ ହୋମ ଡେଲିଭରି ପାଇଁ ଅଧିକ ୯୯ ଟଙ୍କା ଦେବାକୁ ପଡିବ।

Leave A Reply

Your email address will not be published.