Latest Odisha News

BREAKING NEWS

କରୋନା ରୋଗର ଉପଶମ ପାଇଁ ପତଞ୍ଜଳି ଔଷଧ ବାହାର କରିଛି: ବାଲକ୍ରିଷ୍ଣ

ନୂଆଦିଲ୍ଲୀ: କରୋନା ମେଡିସିନ ପାଇଁ ବିଭିନ୍ନ ସଂସ୍ଥା ଉଦ୍ୟମ ଜାରି ରଖିଛନ୍ତି । ତେବେ ଶନିବାର ଯୋଗଗୁରୁ ବାବା ରାମଦେବଙ୍କ ଯୋଗପୀଠ ପତଞ୍ଜଳି ଏହି ରୋଗର ଉପଶମ ପାଇଁ ଔଷଧ ବାହାର କରିଛି ବୋଲି ଏହାର ସିଇଓ ଆଚାର୍ଯ୍ୟ ବାଲକ୍ରିଷ୍ଣ କହିଛନ୍ତି । ଏଥିପାଇଁ ଏକ ଟିମ୍ ଗଠନ କରାଯାଇଥିଲା । ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଔଷଧ କରୋନା ପଜିଟିଭ ଥିବା ରୋଗୀଙ୍କୁ ଦିଆଯାଇଛି ।

ଔଷଧ ସେବନ ପରେ ରୋଗୀ ୫ରୁ ୧୪ଦିନ ମଧ୍ୟରେ ସୁସ୍ଥ ହେଉଛନ୍ତି ବୋଲି ସେ କହିଛନ୍ତି । ଏବେ ଏହାର କ୍ଲିନିକାଲ ଟେଷ୍ଟ କରାଯିବା ପରେ ଔଷଧ ନେଇ ସବିଶେଷ ତଥ୍ୟ ପ୍ରଦାନ କରାଯିବ ବୋଲି ବାଲକ୍ରିଷ୍ଣ କହିଛନ୍ତି ।

Leave A Reply

Your email address will not be published.