Latest Odisha News

BREAKING NEWS

ଆରୋଗ୍ୟ ସେତୁର ସ୍ରଷ୍ଟା କିଏ ଏନଆଇସି ଜାଣିନି, ସିଆଇସିର ଭର୍ତ୍ସନା

ନୂଆଦିଲ୍ଲୀ:କୋଭିଡ-୧୯ ମହାମାରୀ ସମ୍ପର୍କରେ ତଥ୍ୟ ଦେଇ ଲୋକପ୍ରିୟ ହୋଇଥିବା ଆରୋଗ୍ୟ ସେତୁ ଆପ୍‌କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏହି ଆପକୁ କିଏ ପ୍ରସ୍ତୁତ କରିଛି ତାହା ନ୍ୟାଶନାଲ ଇନଫର୍ମେଟିକ୍ସ ସେଂଟର(ଏନଆଇସି) ଜାଣିନି ବୋଲି କହିଛି । ଏନଆଇସିର ଉତର ନେଇ ସିଆଇସି ଭର୍ତ୍ସନା କରିଛି ।

ସୌରଭ ଦାସ ନାମକ ଜଣେ ବ୍ୟକ୍ତି ଆରଟିଆଇ ମାଧ୍ୟମରେୀ ଏ ନେଇ ତଥ୍ୟ ମାଗିଥିଲେ । ଏହା ପରେ ଉପରୋକ୍ତ କଥା ସାମ୍ନାକୁ ଆସିଥିଲା । ମାଇଁଗଭ ଓ ଡିଜିଟାଲ ଇଣ୍ଡିଆ କର୍ପେରେଶନର ସିଇଓ ଅଭିଷେକ ସିଂ ଏଥିନେଇ ବ୍ୟସ୍ତ ହେବା ଆବଶ୍ୟକ ନାହିଁ ବୋଲି କହିଛନ୍ତି । ଖୁବ୍ ଶୀଘ୍ର ସମସ୍ତ ସୂଚନା ପ୍ରଦାନ କରାଯିବ ବୋଲି କହିଛନ୍ତି

Leave A Reply

Your email address will not be published.