Latest Odisha News

ଚାକିରି ଦେବା ନାଁରେ ଠକେଇ, ୩ ଜଣଙ୍କୁ ଉଠାଇନେଲା ବେଙ୍ଗାଳୁରୁ ପୋଲିସ

ଭୁବନେଶ୍ବର : ଚାକିରି କରାଇ ଦେବାକୁ କହି ଠକେଇ ଘଟଣାରେ ଗିରଫ ହୋଇଛନ୍ତି ୩ ଜଣ ଯୁବକ । ଆଜି ୩ ଅଭିଯୁକ୍ତଙ୍କୁ ଭୁବନେଶ୍ବରରୁ ଗିରଫ କରିଛି ବେଙ୍ଗାଳୁରୁ ପୋଲିସ । ୨୦ ଲକ୍ଷ ଟଙ୍କାର ଠକେଇ ଅଭିଯୋଗରେ ଏମାନଙ୍କୁ ଗିରଫ କରାଯାଇଛି । ଚନ୍ଦ୍ରଶେଖରପୁର ଥାନା ପୋଲିସ୍‌ ସହାୟତାରେ ବେଙ୍ଗାଳୁରୁ ପୋଲିସର ସ୍ବତନ୍ତ୍ର ଟିମ୍‌ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ୩ ଅଭିଯୁକ୍ତଙ୍କ ମଧ୍ୟରେ ୨ ଜଣ ଓଡ଼ିଆ ଥିବା ବେଳେ ଜଣେ ମହାରାଷ୍ଟ୍ର ପୁଣେ ଅଞ୍ଚଳର ବୋଲି ଜଣାପଡ଼ିଛି ।

୨୦୧୮ ମସିହାରେ ସଫ୍ଟୱେର କମ୍ପାନୀରେ ଚାକିରି କରାଇ ଦେବାକୁ କହି ତିନି ଅଭିଯୁକ୍ତ ଛାତ୍ରଛାତ୍ରୀଙ୍କୁ ଠକୁଥିଲେ । ଏମାନେ ୨୦ ଲକ୍ଷରୁ ଅଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା । ତେଣୁ ଏମାନଙ୍କୁ ଖୋଜୁଥିଲା ବେଙ୍ଗାଳୁରୁ ପୋଲିସ । ଶେଷରେ ଆଜି ଚନ୍ଦଶେଖର ଥାନା ପୋଲିସ ସହାୟତାରେ ୩ ଜଣଙ୍କୁ ଗିରଫ କରିଛି ବେଙ୍ଗାଳୁରୁ ପୋଲିସ । ଚନ୍ଦ୍ରଶେଖରପୁର ଥାନା ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରି ବେଙ୍ଗାଳୁରୁ ପୋଲିସକୁ ହସ୍ତାନ୍ତର କରିଛି ।

Comments are closed, but trackbacks and pingbacks are open.