କେନ୍ଦ୍ରାପଡ଼ା: ଉପକୂଳରେ ଅନୁପ୍ରବେଶ ରୋକିବା ପାଇଁ ଆକ୍ସନ ମୁଡରେ ମେରାଇନ ପୋଲିସ । ପଶ୍ଚିମବଙ୍ଗରେ ସରକାର ବଦଳିବା ପରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଉପରେ ନିଆଯାଉଛି କାର୍ଯ୍ୟାନୁଷ୍ଠାନ । କେନ୍ଦ୍ରାପଡ଼ା ଜିଲ୍ଲାର ବିସ୍ତୀର୍ଣ୍ଣ ସମୁଦ୍ର ଉପକୁଳରେ ଅନୁପ୍ରବେଶ କରିବା ଆଶଙ୍କା ଥିବାରୁ ଏହାକୁ ରୋକିବା ପାଇଁ ଜଳପଥରେ ଘନଘନ ପାଟ୍ରୋଲିଙ୍ଗ ସହିତ ବ୍ଲକିଂ ଓ ଚେକିଂ କରାଯାଉଛି ।
କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡା ବ୍ଲକରେ ଥିବା ଜମ୍ବୁ ଓ ତନ୍ତିଆପାଳ ସାମୁଦ୍ରିକ ଥାନା ହାଇ ଆଲର୍ଟରେ ରହିଛି । ଏହା ସହ ମତ୍ସ୍ୟଜୀବୀମାନଙ୍କର ପରିଚୟପତ୍ର ଚେକିଂ କରାଯାଉଛି । କୌଣସି ଅଜଣା ଲୋକ ଆସିଲେ ତୁରନ୍ତ ପୁଲିସ୍ କୁ ଖବର ଦେବାପାଇଁ ମତ୍ସ୍ୟଜୀବୀ ଓ ସ୍ଥାନୀୟ ଲୋକମାନଙ୍କୁ କୁହାଯାଇଛି ।