Latest Odisha News

BREAKING NEWS

ଖୋଳି ଦେଲେ ରାସ୍ତା, ଭାରାରେ ବୁହା ହେଲେ ଗର୍ଭବତୀ

ଗଜପତି: ଆନ୍ଧ୍ର ସୀମାରେ ରାସ୍ତା ଖୋଳିଦେଲା ଓଡ଼ିଶା । ଫଳରେ ଭାରାରେ ବୁହା ହେଳେ ଗର୍ଭବତୀ । ଖାଲ ରାସ୍ତା ଦେଇ ଗର୍ଭବତୀଙ୍କୁ ଆଣିଲେ ଲୋକେ । ରାସ୍ତା ଖୋଳି ଦେବାରୁ ଆମ୍ବୁଲାନ୍ସ ପହଂଚି ପାରିଲା ନାହିଁ । ଫଳରେ ପରିବାର ଲୋକେ ଜଣେ ଗର୍ଭବତୀ ମହିଳାଙ୍କୁ ଭାରା ବୋହି ଖାଲ ଖମ ରାସ୍ତା ପାର୍ କରାଇଛନ୍ତି । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲାର ଆନ୍ଧ୍ର ଓଡ଼ିଶା ସୀମାରେ ।

ପଡୋଶୀ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଅନେକ ପାଦଚଲା ଓ ଗଳାବାଟ ଥିବା ରାସ୍ତାକୁ ଖୋଳି ଦିଆଯାଇଛି । ଫଳରେ ଶ୍ରୀକାକୁଲମ ଜିଲ୍ଲା କୋତୁର ମଣ୍ଡଳ ଅନ୍ତର୍ଗତ ଆଳତି ପଂଚାୟତର ଲୋକେ ଦୁର୍ଦ୍ଦଶା ଭୋଗୁଛନ୍ତି।

ଆଳତି ଗ୍ରାମପଂଚାୟତର ଲୋକ ଓଡ଼ିଶା ସୀମା ଦେଇ ଯାତାୟତ କରୁଥିବା ବେଳେ ଅନେକ ସମୟରେ ସ୍ୱାସ୍ଥ୍ୟ ସେବା ଲାଗି ଓଡ଼ିଶା ଉପରେ ନିର୍ଭର କରିଥାନ୍ତି । ତେବେ ଏଭଳି ପରିସ୍ଥିତିରେ ରାସ୍ତା ଖୋଳି ଦେଇଥିବାରୁ ଅନେକ ଲୋକେ ସେହି ବାଟ ଦେଇ ଏବେ ଜୀବନକୁ ପାଣି ଛଡାଇ ଯାଆ ଆସ କରୁଛନ୍ତି ।

Leave A Reply

Your email address will not be published.