Latest Odisha News

BREAKING NEWS

ବାଙ୍କୀ ଡବଲ ମର୍ଡର ଘଟଣାର ମାଷ୍ଟର ମାଇଣ୍ଡ ଥାନାରେ ଅଟକ

କଟକ: ବାଙ୍କୀ ନିକଟରେ ସ୍ଥାନୀୟ କଂଗ୍ରେସ ନେତା ଭଗବାନ ସ୍ୱାଇଁ(୫୦) ଓ ସାମ୍ବାଦିକ ଆଦିତ୍ୟ କୁମାର ରଣସିଂହ(୩୫)ଙ୍କୁ ନିର୍ମମ ଭାବେ ହତ୍ୟା କରିବାର ୫ଦିନ ପରେ ସଦର ପୋଲିସ ଘଟଣାର ମାଷ୍ଟର ମାଇଣ୍ଡ ସହିତ ଦୁଇ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖିଛି ।

କଟକ ସଦର ଏସପି ରାଧାବିନୋଦ ପାଣିଗ୍ରାହୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, “ ଏହି ଡବଲ ମର୍ଡର ଘଟଣାର ମାଷ୍ଟର ମାଇଣ୍ଡ ହେଉଛି ସୁଶାନ୍ତ ପ୍ରଧାନ ଓରଫ କାଳିଆ । ହତ୍ୟାକାଣ୍ଡରେ ୧୦ରୁ ଅଧିକ ବ୍ୟକ୍ତିଙ୍କ ସଂପୃକ୍ତି ରହିଥିବା ନେଇ ୪ଜଣ ଅଭିଯୁକ୍ତଙ୍କ ସହ ପଚରାଉଚୁରା ସମୟରେ ଜଣାପଡିଛି । ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ଘଟିଛି । ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଚେଷ୍ଟା ଜାରି ରଖିଛି । ଅଭିଯୁକ୍ତଙ୍କ ଦ୍ୱାରା ବ୍ୟବହୃତ ଗାଡିକୁ ଜବତ କରାଯାଇଛି ।”

ପୋଲିସ ଏହି ମାମଲାରେ ପୂର୍ବରୁ ବଳଭଦ୍ର ପ୍ରଧାନ ଓ ଜିତୁ ସ୍ୱାଇଁଙ୍କୁ ଗିରଫ କରିଥିଲା ।

Leave A Reply

Your email address will not be published.