Latest Odisha News

BREAKING NEWS

ବାଂଶୁରୀ ସ୍ବରାଜଙ୍କୁ ଆପ୍ ର ଟାର୍ଗେଟ; ବାଂଶୁରୀ ରାଷ୍ଟ୍ର ବିରୋଧୀ, ଦେଶବାସୀଙ୍କୁ କ୍ଷମା ମାଗନ୍ତୁ

ନୂଆଦିଲ୍ଲୀ:  ୨୦୨୪ ଲୋକସଭା ନିର୍ବାଚନ ପାଇଁ ଗତ ଶନିବାର ବିଜେପି ତାର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହାପରେ ବିଭିନ୍ନ ଦଳ ପକ୍ଷରୁ ଚର୍ଚ୍ଚା ଚାଲିଛି । ନୂଆଦିଲ୍ଲୀ ଆସନରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସ୍ୱର୍ଗତ ସୁଷମା ସ୍ୱରାଜଙ୍କ ଝିଅ ବାଂଶୁରୀ ସ୍ୱରାଜଙ୍କୁ ଟିକେଟ୍ ମିଳିଛି । ଏନେଇ ଆମ୍ ଆଦମୀ ପାର୍ଟି (ଆପ୍) ବିଜେପିକୁ ଟାର୍ଗେଟ କରିଛି ।

ଏନେଇ ଏକ ସାମ୍ୱାଦିକ ସମ୍ମିଳନୀରେ ଦିଲ୍ଲୀ  ସରକାରଙ୍କ ଶିକ୍ଷା ମନ୍ତ୍ରୀ ଆତିଶୀ କହିଛନ୍ତି,‘‘ ବାଂଶୁରୀ ସ୍ୱରାଜ କୋର୍ଟରେ ରାଷ୍ଟ୍ର ବିରୋଧୀଙ୍କ ପକ୍ଷ ନେଉଥିବାରୁ ଦେଶବାସୀଙ୍କୁ ସେ କ୍ଷମା ମାଗିବା ଉଚିତ । ସେ ୨୦୧୨ ରୁ ୨୦୧୪ ପର୍ଯ୍ୟନ୍ତ କୋର୍ଟରେ ପଳାତକ ବ୍ୟବସାୟୀ ଲଳିତ ମୋଦିଙ୍କ କେସ୍ ଲଢ଼ିଥିଲେ । ବିଜେପି ନୂଆଦିଲ୍ଲୀ ଆସନ ପାଇଁ ବାଂଶୁରୀଙ୍କ ସ୍ଥାନରେ ଅନ୍ୟ କାହାକୁ ପ୍ରାର୍ଥୀ କରିବା ଉଚିତ ।’’

ଆତିଶୀଙ୍କ ଅଭିଯୋଗକୁ ନେଇ ବାଂଶୁରୀ ସ୍ୱରାଜ କହିଛନ୍ତି,‘‘ ଗତ ଶନିବାର ଦିନ ଆପର ନୂଆଦିଲ୍ଲୀ ପ୍ରାର୍ଥୀଙ୍କୁ ନିଜ ଦଳର କର୍ମୀ ତାଙ୍କୁ ମାଡ଼ ମାରିଥିବା  ଅଭିଯୋଗ ହୋଇଛି । ମୁଁ ଆମ୍ ଆଦମୀ ପାର୍ଟିକୁ ପଚାରିବାକୁ  ଚାହେଁ, ନିଜ ଦଳର  କର୍ମୀଙ୍କ ଠାରୁ  ମାଡ଼ ଖାଇଥିବା ପ୍ରାର୍ଥୀଙ୍କୁ କାହିଁକି ଟିକେଟ୍ ଦେଇଛି । ତମ ଦଳର ସଦସ୍ୟ ତାଙ୍କୁ ପସନ୍ଦ କରୁ ନାହାନ୍ତି । ନିର୍ବାଚନରେ ଲୋକେ ଏହାର ଜବାବ ଦେବେ ।’’

ସୂଚନାଯୋଗ୍ୟ,  ଆମ୍ ଆଦମୀ ପାର୍ଟି ସୋମନାଥ ଭାରତୀଙ୍କୁ ନୂଆଦିଲ୍ଲୀ ଆସନରୁ ପ୍ରାର୍ଥୀ କରିଛି।

Leave A Reply

Your email address will not be published.