Latest Odisha News

ବାରିପଦା ‘ବାହ୍ୟ ମଳତ୍ୟାଗ ମୁକ୍ତ’ ସହର ଭାବେ ଘୋଷିତ

ବାରିପଦା: ଆଜି ମୟୁରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାକୁ ବାହ୍ୟ ମଳତ୍ୟାଗ ମୁକ୍ତ ସହର ଭାବେ ଘୋଷଣା କରାଯାଇଛି । ବାରିପଦା ସହରରେ ଥିବା ସମସ୍ତ ୨୮ଟି ୱାର୍ଡ଼ ବାହ୍ୟ ମଳତ୍ୟାଗ ମୁକ୍ତ ଭାବେ ପରିଗଣିତ ହେବା ପରେ ସମଗ୍ର ସହର ବାହ୍ୟ ମଳତ୍ୟାଗ ସହର ଭାବେ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି ।

ସହିଦ ସ୍ମୁତି ଭବନ ଠାରେ ଏକ  ସମାରୋହରେ ପୌର ପରିଷଦ ପକ୍ଷରୁ ବାରିପଦା ସହରକୁ ବାହ୍ୟ ମଳତ୍ୟାଗ ମୁକ୍ତ ସହର ଭାବେ ଆଜି ଘୋଷଣା କରାଯାଇଛି ।

ଓଡିଶା ବିଧାନସଭା ଉପବାଚଷ୍ପତି ସାନନ୍ଦ ମାରାଣ୍ଡି, ଜିଲାପାଳ ବିନିତ ଭରଦ୍ୱାଜ, ଉପଜିଲାପାଳ ଦିବ୍ୟଜ୍ୟୋତି ପରିଡା, ନଗରପାଳ ବବିତା ଦାସ, ଉପନଗରପାଳ ଜିତେନ୍ଦ୍ର ମହାନ୍ତି, ସିଡିଏମଓ ପୁରବୀ ମହାନ୍ତି ଓ ପୌର ପରିଷଦ ନିର୍ବାହୀ ଅଧିକାରୀ ସରୋଜ କୁମାର ଦାସ ପ୍ରମୁଖ ଅତିଥି ଉପସ୍ଥିତ ରହି ବାରିପଦା ସହରର ୨୮ ଟି ୱାର୍ଡ଼କୁ ବାହ୍ୟ ମଳତ୍ୟାଗ ମୁକ୍ତ ସହର ଭାବେ ଘୋଷଣା କରିଥିଲେ ।

 

 

 

 

 

 

Leave A Reply

Your email address will not be published.