Latest Odisha News

BREAKING NEWS

କେନ୍ଦୁଝର : ଶାଶୁଘର ଲୋକଙ୍କ ଦ୍ୱାରା ବୋହୂ ଜୀବନ୍ତ ଦଗ୍ଧ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଘୋଡ଼ାବେଡ଼ା ସାହିରେ ଜନୈକା ମହିଳାଙ୍କୁ ପୋଡ଼ି ମାରି ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି ।

ମୃତ ମହିଳା ଜଣକଙ୍କ ସେହି ସାହିର ଟୁନା ମହାନ୍ତଙ୍କ ପତ୍ନୀ ସବିତା ମହାନ୍ତ ବୋଲି ଜଣାପଡିଛି ।

ପୀଡିତାଙ୍କ ପିତା ଲମ୍ବୋଦର ମହାନ୍ତ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ଅନ୍ୟଜଣେ ମହିଳାଙ୍କ ସହ ଟୁନାର ଅନୈତିକ ସମ୍ପର୍କ ରହିଥିବା ସହ ପରକୀୟା ପ୍ରୀତିରେ ଜଡିତ ଥିବା ନେଇ କହିଛନ୍ତି । ଜଣେ ଝିଅକୁ ଭଲ ପାଉଥିବା ଏବଂ ସେଥିପାଇଁ ସବିତାଙ୍କୁ ସେମାନେ ପୋଡ଼ି ମାରି ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ।

ସେପଟେ ସବିତା ନିଜ ଦେହରେ କିରୋସିନ ଢାଳି ଆତ୍ମହତ୍ୟା କରିଥିବା ନେଇ ତାର ଶ୍ୱଶୁର ଘର ଲୋକେ ଦାବି କରିଛନ୍ତି । ଏଥିସହିତ ସେମାନେ ସବିତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ ବୋଲି ପ୍ରକାଶ କରିଛନ୍ତି ।

ଆହୁରି ମଧ୍ୟ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ତେବେ ଏହି ଘଟଣା ସମ୍ପର୍କରେ ଅଭିଯୋଗ ପରେ ତେଲକୋଇ ପୋଲିସ ମୃତ ମହିଳାଙ୍କ ସ୍ୱାମୀ ଓ ତାର ଶ୍ୱଶୁର ଘର ଲୋକଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.