Latest Odisha News

BREAKING NEWS

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୨୧୧ ଟି ପଞ୍ଚାୟତ ପାଇଁ ୪୯.୭୩ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ୭ଟି ଜିଲ୍ଲାର ୮ ଟି ବ୍ଲକ ପାଇଁ ୪୯.୭୩ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏହି ବ୍ଲକ ଗୁଡିକ ହେଲା- ଭଦ୍ରକ ଜିଲ୍ଲାର ଧାମନଗର, କଟକ ଜିଲ୍ଲାର କଟକ ସଦର, ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଓ ପୁରୁଷୋତ୍ତମପୁର, ଜଗତସିଂହପୁର ଜିଲ୍ଲାର କୁଜଙ୍ଗ, କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା, କେନ୍ଦୁଝର ଜିଲ୍ଲାର ତେଲକୋଇ ଓ ଖୋର୍ଦ୍ଧାର ବାଣପୁର ବ୍ଲକ ।

ଆଜି ମୁଖ୍ୟମନ୍ତ୍ରୀ ଧାମନଗର ବ୍ଲକର ୩୧ ଟି ପଞ୍ଚାୟତ ପାଇଁ ୭.୭୫ କୋଟି ଟଙ୍କାରେ ୨୬୧ ଟି ପ୍ରକଳ୍ପ , କଟକ ସଦର ବ୍ଲକର ୨୨ଟି ପଞ୍ଚାୟତ ପାଇଁ ୫.୭୫ କୋଟି ଟଙ୍କାରେ ୨୯୦ ଟି ପ୍ରକଳ୍ପ, ଖଲ୍ଲିକୋଟ ବ୍ଲକର ୨୯ ଟି ପଞ୍ଚାୟତ ପାଇଁ ୭.୨୫ କୋଟି ଟଙ୍କାରେ ୧୭୮ଟି ପ୍ରକଳ୍ପ, ପୁରୁଷୋତ୍ତମପୁର ବ୍ଲକର ୨୬ଟି ପଚାଂୟତ ପାଇଁ ୬.୫୦ କୋଟି ଟଙ୍କାରେ ୧୮୫ଟି ପ୍ରକଳ୍ପ, କୁଜଙ୍ଗ ବ୍ଲକର ୨୮ ଟି ପଚାଂୟତ ପାଇଁ ୭ କୋଟି ଟଙ୍କାରେ ୨୫୦ ଟି ପ୍ରକଳ୍ପ, ଭବାନୀପାଟଣା ବ୍ଲକର ୩୬ଟି ପଚାଂୟତ ପାଇଁ ୮ କୋଟି ଟଙ୍କାରେ ୩୯୩ଟି ପ୍ରକଳ୍ପ, ତେଲକୋଇ ବ୍ଲକର ୨୨ ଟି ପଚାଂୟତ ପାଇଁ ୩.୧୭ କୋଟି ଟଙ୍କାରେ ୧୨୦ ଟି ପ୍ରକଳ୍ପ ଓ ବାଣପୁର ବ୍ଲକର ୧୭ ଟି ପଚାଂୟତ ପାଇଁ ୪.୩୧ କୋଟି ଟଙ୍କାରେ ୧୨୧ ଟି ପ୍ରକଳ୍ପ । ଏହିପରି ସମୁଦାୟ ୮ଟି ବ୍ଲକର ୨୧୧ଟି ପଞ୍ଚାୟତ ପାଇଁ ମୁଖ୍ୟମନ୍ତ୍ରୀ ୪୯.୭୩ କୋଟି ଟଙ୍କାରେ ୧୭୯୮ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି ।

ଆଜିର କାର୍ଯ୍ୟକ୍ରମକୁ ମିଶାଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୨୬୯ ଟି ବ୍ଲକର ୫୯୪୫ ଟି ଗ୍ରାମ ପଞ୍ଚାୟତ ସହିତ ଆଲୋଚନା ମାଧ୍ୟମରେ ୫୪,୭୮୬ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏପର୍ଯ୍ୟନ୍ତ ବିଭିନ୍ନ ପ୍ରକଳ୍ପ ପାଇଁ ୧୩୬୨.୫୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ, ସାଂସଦ, ବିଧାୟକ, ମୁଖ୍ୟ ଶାସନ ସଚିବ, ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ, ଉନ୍ନୟନ କମିଶନର, ଜିଲ୍ଲାପାଳ ଓ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.