Latest Odisha News

BREAKING NEWS

ବାସ୍କେଟ ଘର: ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼

ନ୍ୟୁୟର୍କ: ଦି ଗ୍ରେଟ ୱାଲ ଅଫ ଚାଇନା ହେଉ ବା ତାଜମହଲ ପରି ଭାସ୍କର୍ଯ୍ୟ, ଏସବୁ ବିଷୟରେ ନିଶ୍ଚୟ ଆପଣ ଜାଣିଥିବେ । ଶହ ଶହ ବର୍ଷ ପରେ ବି ସ୍ୱତନ୍ତ୍ର ଡ଼ିଜାଇନ୍‌ରେ ନିର୍ମିତ ଏସବୁ ଭାସ୍କର୍ଯ୍ୟ ବିଶ୍ୱବାସୀଙ୍କ ସଦାସ୍ମରଣୀୟ । ସେହିପରି ବିଶ୍ୱରେ ଏମିତି କିଛି ସୁଦୃଶ୍ୟ ଅଟ୍ଟାଳିକା ମଧ୍ୟ ନିର୍ମାଣ କରାଯାଇଛି, ଯାହାର ସୂକ୍ଷ୍ମ କାରିଗରୀ ବିଶ୍ୱବାସୀଙ୍କୁ ଚମକୃତ କରି ଆସୁଛି ।

BjdElectrycity

ଆମେରିକାର ଓହିଓ ସହରରେ ରହିଛି ବାସ୍କେଟ ଆକୃତିର ଏକ କୋଠା । ଏହି କୋଠାକୁ ଏକ ବାସ୍କେଟ ଡ଼ାଲା ଶୈଳୀରେ ନିର୍ମାଣ କରାଯାଇଛି, ଯାହାକୁ କାରିଗରମାନେ ନିଜସ୍ୱ ଆଗ୍ରହରେ ଏପରି ନିର୍ମାଣ କରିଛନ୍ତି । ଏହି କୋଠାକୁ ଭିନ୍ନ ରୂପରେ ତିଆରି କରାଯାଇଥିବାରୁ ଦର୍ଶକଙ୍କ ପାଇଁ ଏହା ଏକ ମନୋରଞ୍ଜନ କେନ୍ଦ୍ର ପାଲଟିଛି । ଏହାକୁ ଦେଖିବା ପାଇଁ ପ୍ରତ୍ୟେକ ଦିନ ଶହ ଶହ ଲୋକଙ୍କ ଭିଡ଼ ଜମୁଛି । ବର୍ତ୍ତମାନ ଏହା ଏକ ପର୍ଯ୍ୟଟନସ୍ଥଳୀ ପାଲଟିଯାଇଛି ।

୧୯୯୮ ମସିହାରେ ଏହାକୁ ନିର୍ମାଣ କରାଯାଇଥିଲା । ଏହି ବାସ୍କେଟ ଆକୃତିର କୋଠାରେ ଦୁଇଟି ହାଣ୍ଡେଲ ମଧ୍ୟ ରହିଛି । ଭିନ୍ନ ଶୈଳୀରେ ନିର୍ମାଣ ହୋଇଥିବାରୁ ସ୍ୱତନ୍ତ୍ର ଡ଼ିଜାଇନ ପାଇଁ ଏହା ପୁରସ୍କୃତ ମଧ୍ୟ ହୋଇଛି । ଏହି କୋଠାର ଉଚ୍ଚତା ୧୯୨ ଫୁଟ ହୋଇଥିବା ବେଳେ ଲମ୍ବ ରହିଛି ୧୨୬ ଫୁଟ । ଦୂରରୁ ଏହି କୋଠାର ଡ଼ିଜାଇନକୁ ଦେଖିଲେ ସାମ୍ନାରେ ଯେଭଳି ଏକ ବିରାଟ ବାସ୍କେଟ ରଖାଯାଇଛି ତାହା ଅନୁଭବ କରିହୁଏ ।

Leave A Reply

Your email address will not be published.