Latest Odisha News

ଡୁରାଣ୍ଡ କପ ଫୁଟବଲ: ଓଡିଶାର ବିଜୟ ଅଭିଯାନ ଆରମ୍ଭ

ଭୁବନେଶ୍ୱର: ଆସାମର କୋକ୍ରାଝର ସାଇ ଷ୍ଟାଡିୟମରେ ଅନୁଷ୍ଠିତ ଡୁରାଣ୍ଡ କପ ଫୁଟବଲ ଟୁର୍ଣ୍ଣାମେଂଟରେ ଓଡିଶା ତାର ବିଜୟ ଅଭିଯାନ ଆରମ୍ଭ କରିଛି । ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଓଡିଶା ୨-୧ ଗୋଲରେ ରାଜସ୍ଥାନ ୟୁନାଇଟେଡକୁ ପରାସ୍ତ କରିଛି । ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାର ପ୍ରଥମାର୍ଦ୍ଧ ଗୋଲ ଶୂନ୍ୟ ରହିଥିଲା । ଦ୍ୱିତୀୟାର୍ଦ୍ଧର ଆରମ୍ଭରେ ଚନ୍ଦ୍ର ମୂର୍ମୂ ଓଡିଶା ପାଇଁ ପ୍ରଥମ ଗୋଲଟି ସ୍କୋର କରିଥିଲେ । ଏହାର ୩ ମିନିଟ ପରେ ବିପକ୍ଷ ଦଳର ଡେଞ୍ଜେଲଙ୍କ ଗୋଲ ଯୋଗୁ ମ୍ୟାଚ ୧-୧ ସମାନ ସ୍ଥିତିକୁ ଆସି ଯାଇଥିଲା । ୧୯ ବର୍ଷୀୟ ଫରୱାର୍ଡ ଆଶାଙ୍ଗବାମ ସିଂ ଦ୍ୱିତୀୟ ଗୋଲ କରି ଓଡିଶାକୁ ୨-୧ରେ ଅଗ୍ରଣୀ କରାଇଥିଲେ ।

ଏହା ପରେ ରାଜସ୍ଥାନ ବାକି ସମୟ ତକ ଗୋଲ ସ୍କୋର କରିବା ପାଇ ଉଦ୍ୟମ କରି ବିଫଳ ହୋଇଥିଲେ । ୪ ଦିନ ତଳେ ଅନୁଷ୍ଠିତ ମ୍ୟାଚରେ ଆର୍ମିରେଡ ଠାରୁ ଓଡିଶା ପରାଜିତ ହୋଇଥିଲା । ଅଗଷ୍ଟ ୧୯ରେ ଓଡିଶା ତାର ପରବର୍ତୀ ମ୍ୟାଚରେ ବୋଡୋଲାଣ୍ଡ ଏଫସିକୁ ଭେଟିବ ।

Leave A Reply

Your email address will not be published.