Latest Odisha News

ଆଇଓଏରୁ ଇସ୍ତଫା ଦେଲେ ବାତ୍ରା

ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ ସଂଘ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ନରିନ୍ଦର ବାତ୍ରା । ଭାରତୀୟ ଖେଳର ବିକାଶ ପାଇଁ ଏହି ପଦ ପାଇଁ ଯୋଗ୍ୟ ବ୍ୟକ୍ତି ଚୟନ କରିବା ସମୟ ଉପନୀତ ହୋଇଛି ବୋଲି ସେ ଏହି ଅବସରରେ କହିଛନ୍ତି । ଗତ ମାସରେ ହକି ଇଣ୍ଡିଆ ଫଣ୍ଡରୁ ୩୫ ଲକ୍ଷ ଟଙ୍କା ହେରଫେର କରିବା ଅଭିଯୋଗ ଆସିଥିଲା । ଏହାର ତଦନ୍ତ ଭାର ସିବିଆଇକୁ ପ୍ରଦାନ କରାଯାଇଥିଲା । ବାତ୍ରା ଦୀର୍ଘ ସମୟ ଧରି ଆଇଓଏର ଅଧ୍ୟକ୍ଷ ପଦରେ ରହି ଆସିଥିଲେ ।

BjdElectrycity

ଭାରତୀୟ ହକି ଉନ୍ନତି ପଥରେ ରହିଥିବା ବେଳେ ମୁଁ ଆଉ ଏହି ପଦବୀରେ ରହିବାକୁ ଚାହୁଁ ନାହିଁ । ମୋ ସ୍ଥାନରେ ଯିଏ ବି ଏହି ଦାୟିତ୍ୱ ନିଭେଇବେ ସେ ଭାରତକୁ କିପରି ୨୦୩୬ ଆଲିମ୍ପିକ ଆୟୋଜକ ଅଧିକାର ମିଳିବ ସେ ନେଇ ନିଷ୍ଠାପର ଉଦ୍ୟମ କରିବା ଉଚିତ । ମୋ କାର୍ଯ୍ୟକାଳ ସମୟରେ ଯେଉଁମାନେ ମୋତେ ସହଯୋଗ କରିଛନ୍ତି ସେମାନଙ୍କୁ କେବେ ହେଲେ ଭୁଲିପାରିବି ନାହିଁ ବୋଲି ବାତ୍ରା କହିଛନ୍ତି । ୧୯୭୫ ବିଶ୍ୱକପ ବିଜେତା ଟିମର ସଦସ୍ୟ ଅସଲମ ଶେର ଖାଁ ପ୍ରଥମେ ବାତ୍ରାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ।

Leave A Reply

Your email address will not be published.