Latest Odisha News

BREAKING NEWS

ୟାସିନ ମଲିକଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ବିଚ୍ଛିନ୍ନତାବାଦୀ ନେତରା ୟାସିନ ମଲିକଙ୍କୁ ଦିଲ୍ଲୀ ପଟିୟାଲା ହାଉସକୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଆତଙ୍କବାଦୀମାନଙ୍କୁ ଫଣ୍ଡିଂ କରିବା ଏବଂ ବିସ୍ଫୋରକ ସାମଗ୍ରୀ ଜୁଟାଇବା ୨ଟି ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ପୂର୍ବରୁ ମେ ୧୯ରେ ବିଚାରପତି ପ୍ରବୀଣ ସିଂ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ ଅଧିନରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ୨ଟି ମାମଲାରେ ଆଜୀବନ କାରାଦଣ୍ଡ ଓ ୫ଟି ଅନ୍ୟ ମାମଲାରେ ୧୦-୧୦ ଲକ୍ଷ ଟଙ୍କାର ଜରିମାନା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଶୁଣାଣୀ ବେଳେ ୟାସିନ କୋର୍ଟରୁମରେ ଉପସ୍ଥିତ ଥିଲେ । ସେହି ସମୟରେ ପଟିୟାଲା ହାଉସ କୋର୍ଟ ଚାରିପଟେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଶ୍ରୀନଗରର କେତେକ ବଜାର ବନ୍ଦ କରି ଦିଆଯାଇଥିବା ବେଳେ ମୋବାଇଲ ଓ ଇଂଟରନେଟ ସେବା ଉପରେ ରୋକ ଲଗା ଯାଇଛି । କେସ ଶୁଣାଣୀ ପରେ ୟାସିନ ତାଙ୍କ ଓକିଲ ଏପି ସିଂଙ୍କୁ କୁଣ୍ଢେଇ ପକାଇଥିଲେ । ଏନଆଇଏ ପୂର୍ବରୁ ୟାସିନଙ୍କୁ ଫାଶୀଦଣ୍ଡ ଦିଆଯାଉ ବୋଲି ଅନୁରୋଧ କରିଥିଲା । ୟାସିନ ଦୋଷ ସ୍ୱୀକାର କରିବା ପରେ ଏହି କେସକୁ ଆଉ ଆଗକୁ ବଢ଼ାଇବା ପାଇଁ ଚାହିଁ ନ ଥିଲେ ।

Leave A Reply

Your email address will not be published.