Latest Odisha News

BREAKING NEWS

ସୂଚନା ଯୁଦ୍ଧ ଲଢ଼ୁଛି ବିବିସି: ମୋଦୀଙ୍କ ଉପରେ ଡକ୍ୟୁମେଣ୍ଟାରୀକୁ ଋଷର ସମାଲୋଚନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିବିସିର  ଡକ୍ୟୁମେଣ୍ଟାରି ରିପୋର୍ଟକୁ ଋଷର ସମାଲୋଚନା। ବିବିସି ସୂଚନା ଯୁଦ୍ଧ ଲଢୁଛି ବୋଲି କହିଲେ ଋଷ ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା ମାରିଆ ଜାଖାରୋଭା। ଏନେଇ ସେ କହିଛନ୍ତି  “ମୁଁ ଆପଣଙ୍କୁ ଜଣାଇ ଦେବାକୁ ଚାହେଁ ଯେ ବିବିସି ବିଭିନ୍ନ ଦେଶ ସହ ସୂଚନା ଯୁଦ୍ଧ ଲଡ଼ୁଛି, ଯାହାର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି। କେବଳ ଋଷ ନୁହେଁ, ସ୍ୱାଧୀନ ନୀତି ଆପଣାଉଥିବା ଦେଶମାନଙ୍କ ବିରୋଧରେ ବିବିସି ଏଭଳି ଆଭିମୁଖ୍ୟ ଆପଣାଉଛି।”

ଖବର ସରବରାହ ସଂସ୍ଥା ଏଏନ୍‌ଆଇକୁ ପ୍ରତିକ୍ରିୟା ଦେଇ ଜାଖାରୋଭା କହିଛନ୍ତି “ କିଛି ବର୍ଷ ପରେ ଏହା ଶେଷରେ ଜଣାପଡ଼ିଲା ଯେ ବିବିସି ବ୍ରିଟେନ ପ୍ରୋତ୍ସାହନରେ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କର ସ୍ୱାର୍ଥପାଇଁ ଅନ୍ୟକୁ ଟାର୍ଗେଟ୍ କରିବାର ହାତବାରିସି ସାଜିଛି। ତେଣୁ ଏହାକୁ ଜେସାକୁ ତେସା ଭଳି ବ୍ୟବହାର କରାଯିବା ଉଚିତ୍।”

ସୂଚନା ଥାଉକି ବର୍ତ୍ତମାନ ବିବିସିର ଏହି ବିବାଦୀୟ ଡକ୍ୟୁମେଣ୍ଟାରୀକୁ ଭାରତରେ ବ୍ୟାନ୍ କରାଯାଇଛି। କେନ୍ଦ୍ର ସରକାରଙ୍କର ଏହି ନିର୍ଦ୍ଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। କୋର୍ଟ ଏହାର ଶୁଣାଣି କରିବାକୁ ଅନୁମତି ଦେଇଛନ୍ତି।

୨୦୦୨ ଗୁଜୁରାଟ ଦଙ୍ଗାକୁ ନେଇ ବିବିସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଏହି ଡକ୍ୟୁମେଣ୍ଟାରି ତିଆରି କରିଛି। ଏଥିରେ ଏକପାଖି ଭାବେ ରିପୋର୍ଟିଂ କରାଯାଇଛି ବୋଲି ଅଭିଯୋଗ ହେଉଛି। ଭାରତ ଏକତାକୁ ଭଙ୍ଗ କରିବା ସହ ଛବିକୁ ମଳିନ କରିବା ପାଇଁ ଏହା ଏକ ହୀନ ପ୍ରୟାସ ବୋଲି ଭାରତ ସରକାର କହିଛନ୍ତି।

Leave A Reply

Your email address will not be published.