Latest Odisha News

BREAKING NEWS

ବାର୍ଷିକ ପ୍ରାୟ ୩,୦୦୦ କୋଟି ଟଙ୍କାର ଆୟକର ଦେଉଛି ବିସିସିଆଇ

ମୁମ୍ବାଇ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଦେଶର ସବୁଠାରୁ ଅଧିକ କର ଦେଉଥିବା ସଂସ୍ଥାଗୁଡ଼ିକ ମଧ୍ୟରେ ନିଜର ସ୍ଥାନ ବଜାୟ ରଖିଛି। ବିସିସିଆଇର ସମ୍ପାଦକ ଦେବଜିତ୍ ସାଇକିଆଙ୍କ ସୂଚନା ଅନୁଯାୟୀ, ଭାରତୀୟ କ୍ରିକେଟ ବୋର୍ଡ ବାର୍ଷିକ ପ୍ରାୟ ୩,୦୦୦ କୋଟି ଟଙ୍କା ରାଜସ୍ୱ କର ବାବଦରେ ସରକାରଙ୍କୁ ପ୍ରଦାନ କରୁଛି।

ଦୁନିଆର ସବୁଠାରୁ ଧନୀ କ୍ରିକେଟ ବୋର୍ଡ ଭାବେ ଜଣାଶୁଣା ବିସିସିଆଇ କେବଳ ଖେଳର ବିକାଶ ନୁହେଁ, ବରଂ ଦେଶର ଅର୍ଥନୀତିରେ ମଧ୍ୟ ବଡ଼ ଯୋଗଦାନ ଦେଉଛି। ଇଣ୍ଡିଆନ୍ ପ୍ରିମିୟର ଲିଗ୍ , ଗଣମାଧ୍ୟମ ଅଧିକାର , ପ୍ରାୟୋଜକ ଏବଂ ଆନ୍ତର୍ଜାତୀୟ ମ୍ୟାଚଗୁଡ଼ିକରୁ ବୋର୍ଡ ବିପୁଳ ପରିମାଣର ରାଜସ୍ୱ ଅର୍ଜନ କରିଥାଏ। ଏହି ଆୟରୁ ବୋର୍ଡ ନିୟମିତ ଭାବେ ବୃହତ୍ ପରିମାଣର କର ସରକାରୀ ରାଜକୋଷରେ ଜମା କରୁଛି।

ଦେବଜିତ୍ ସାଇକିଆ କହିଛନ୍ତି ଯେ, କ୍ରିକେଟରୁ ମିଳୁଥିବା ଆୟକୁ ବୋର୍ଡ କେବଳ ନିଜ ପାଖରେ ସୀମିତ ନରଖି ଦେଶରେ କ୍ରିକେଟ ଭିତ୍ତିଭୂମିର ବିକାଶ, ଘରୋଇ ଖେଳାଳିଙ୍କ ପ୍ରୋତ୍ସାହନ, ମହିଳା କ୍ରିକେଟର ପ୍ରସାର ଏବଂ ବିଭିନ୍ନ ରାଜ୍ୟ କ୍ରିକେଟ ସଂଘଗୁଡ଼ିକୁ ଆର୍ଥିକ ସହାୟତା ଯୋଗାଇବାରେ ବିନିଯୋଗ କରୁଛି। ଏହାସହ ଏତେ ବଡ଼ ପରିମାଣର ଟ୍ୟାକ୍ସ ଦେଇ ବୋର୍ଡ ଦେଶର ବିକାଶରେ ପ୍ରତ୍ୟକ୍ଷ ଭାବେ ଭାଗିଦାର ହେଉଛି।

ବିସିସିଆଇର ଏହି ସଫଳତା ପ୍ରମାଣିତ କରୁଛି ଯେ ଭାରତୀୟ କ୍ରିକେଟ ଆଜି ବିଶ୍ୱ କ୍ରିକେଟର ନିୟନ୍ତ୍ରକ ସାଜିବା ସହ ଭାରତୀୟ କ୍ରୀଡ଼ା ଶିଳ୍ପକୁ ଏକ ନୂଆ ଉଚ୍ଚତାକୁ ନେଇଯାଇଛି।

Comments are closed.