Latest Odisha News

ରାହୁଲଙ୍କ ପିଛା ଛାଡୁନି କର୍ଣ୍ଣାଟକ

ଭୁବନେଶ୍ୱର: ପୁଣିଥରେ ରାହୁଲଙ୍କ ବିରୋଧରେ ମାନହାନି ମାମଲା। ତାହା ପୁଣି ସେହି କର୍ଣ୍ଣାଟକରେ ଓ କର୍ଣ୍ଣାଟକ ପାଇଁ। ସଦ୍ୟ ଶେଷ ହୋଇଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ପୂର୍ବ ବିଜେପି ସରକାର ୪୦ ପ୍ରତିଶତ କମିଶନ ସରକାର ବୋଲି କଂଗ୍ରେସ ଅଭିଯୋଗ କରିଥିଲା।

BjdElectrycity

ଏହାକୁ ନେଇ ବ୍ୟାପକ ପ୍ରଚାର ପ୍ରସାର କରାଯାଇଥିଲା। ଏପରିକି ଏହି ପ୍ରସଙ୍ଗ କଂଗ୍ରେସକୁ ଜିତାଇବାରେ ମୁଖ୍ୟ ଭୁମିକା ଗ୍ରହଣ କରିଥିବା କୁହାଯାଏ।

ତେଣୁ ଏହାକୁ ନେଇ ଏବେ ଅସୁବିଧାରେ ପଡିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଓ ଉପମୁଖ୍ୟମନ୍ତ୍ରୀ ଡି କେ ଶିବକୁମାର।

ବିଜେପି ପକ୍ଷରୁ ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟଙ୍କ ଅଦାଲତରେ ମାନହାନି ମାମଲା ଦାୟର ହୋଇଛି। ଏପରିକି ଏ ପ୍ରସଙ୍ଗରେ ସମନ ମଧ୍ୟ ହୋଇଛି। ଏ ସମ୍ପର୍କରେ ଜୁଲାଇ ୨୭ ତାରିଖ ସୁଦ୍ଧା ନିଜର ପକ୍ଷ ରଖିବାକୁ ସମୟ ଦିଆଯାଇଛି।

ଗତ ମେ ମାସ ୯ ତାରିଖରେ ବିଜେପି ନେତା ଏସ କେଶବପ୍ରସାଦ ଅଭିଯୋଗ କରିଥିଲେ। କଂଗ୍ରେସ ନେତାମାନେ ବିଜେପିର ଛବି ଖରାପ କରିବା ପାଇଁ ୪୦ ପ୍ରତିଶତ କମିଶନର ପ୍ରଚାର କରୁଥିବା ସେ ଅଭିଯୋଗ କରିଥିଲେ।

କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି ମେ ୫ ତାରିଖରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ କରିଥିବା ବିଜ୍ଞାପନରେ ବିଜେପିକୁ ଭ୍ରଷ୍ଟାଚାରରେ ଲିପ୍ତ ଥିବା ଦର୍ଶାଇଥିବା ବେଳେ ଦେଢ଼ ଲକ୍ଷ କୋଟି ଲୁଟ କରିଥିବା କୁହାଯାଇଥିଲା।

ତେଣୁ ଏହି ପ୍ରସଙ୍ଗକୁ ନେଇ ଏବେ ଦେଶର ରାଜନୀତି ଚଳଚଞ୍ଚଳ ହୋଇଛି। ଗୁଜୁରାଟ କୋର୍ଟଙ୍କ ଦଣ୍ଡାଦେଶ ପରେ ରାହୁଲଙ୍କ ଲୋକସଭା ସଦସ୍ୟ ପଦ ରଦ୍ଦ ହୋଇଛି।

ଯେଉଁ ପ୍ରସଙ୍ଗର ସମାଧାନ ଏ ଯାଏ ବି ହୋଇପାରିନି। ଏପରିକି ଦେଶର ବିଭିନ୍ନ ରାଜ୍ୟର ବହୁ କୋର୍ଟରେ ରାହୁଲଙ୍କ ବିରୋଧରେ ମାନହାନି ମାମଲା ଚାଲିଛି। ତେଣୁ ଏବେ କର୍ଣ୍ଣାଟକରେ ଏହି ମାମଲାକୁ ନେଇ ଚର୍ଚ୍ଚା ଜୋର ଧରିଛି।

Leave A Reply

Your email address will not be published.