Latest Odisha News

ବିସିସିଆଇର ନୂଆ ନିୟମ, ଖେଳାଳିଙ୍କୁ ଦେବାକୁ ପଡ଼ିବ ନୂଆ ଫିଟନେସ ଟେଷ୍ଟ

ମୁମ୍ବାଇ: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜକୁ ଭ୍ରମଣକାରୀ ଭାରତ ୨-୧ରେ ଜିତି ନେବାରେ ସଫଳ ହୋଇଥିବା ବେଳେ ଅଶ୍ୱିନ, ବୁମରାହଙ୍କ ଭଳି ଷ୍ଟାର ଖେଳାଳି ଆହତ ହେବା ଭାରତୀୟ ଦଳକୁ ସମସ୍ୟାରେ ପକାଇଥିଲା । ଅଷ୍ଟ୍ରେଲିଆ ଗସ୍ତରୁ ଶିକ୍ଷା ପାଇଥିବା ବିସିସିଆଇ ଏବେ ଖେଳାଳିଙ୍କ ଲାଗି ନୂଆ ଫିଟନେସ୍ ଟେଷ୍ଟ ନିୟମ କରିଛି । ଇଂଲଣ୍ଡ ଗସ୍ତ ପୂର୍ବରୁ ଖେଳାଳିଙ୍କୁ ଟାଇମ୍ ଟ୍ରାଏଲ୍ ପାସ୍ କରିବାକୁ ପଡ଼ିବ । ପୂର୍ବ ଭଳି ଭାରତୀୟ ଟିମ୍ ପାଇଁ ୟୋ ୟୋ ଟେଷ୍ଟ ଲାଗୁ ରହିବ ।

ବୋର୍ଡ ସହିତ ଚୁକ୍ତି କରିଥିବା ସସମସ୍ତ ଖେଳାଳି ଟାଇମ୍ ଟ୍ରାଏଲ୍ ଟେଷ୍ଟ ଦେବେ । ସମସ୍ତ ଖେଳାଳିଙ୍କୁ ଟାଇମ୍ ଟ୍ରାଏଲରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ । ଟାଇମ୍ ଟ୍ରାଏଲ ଟେଷ୍ଟ ଜରିଆରେ ଖେଳାଳିଙ୍କ ଦୌଡ଼ିବାର ବେଗ ଦେଖାଯିବ ।

ଦ୍ରୁତ ବୋଲରଙ୍କ ଲାଗି ଅଲଗା ନିୟମ

ଦ୍ରୁତ ବୋଲରଙ୍କୁ ଟାଇମ୍ ଟ୍ରାଏଲ୍ ଟେଷ୍ଟରେ ୨ କିଲୋମିଟର ଦୂରତାକୁ ୮ ମିନିଟ୍ ୧୫ ସେକେଣ୍ଡରେ ପୂରା କରିବାକୁ ପଡ଼ିବ । ସ୍ପିନ୍ ବୋଲର ଓ ଅନ୍ୟ ଖେଳାଳି ୨ କିଲୋମିଟର ଦୂରତାକୁ ୮ ମିନିଟ୍ ୩୦ ସେକେଣ୍ଡ ସମୟ ମଧ୍ୟରେ ପୂରା କରିବେ । ଏହା ବାଦ୍ ୟୋ ୟୋ ଟେଷ୍ଟରେ ଖେଳାଳିଙ୍କୁ ୧୭.୧ ସ୍କୋର ହାସଲ୍ କରିବାକୁ ପଡ଼ିବ ।

କାହାକୁ ମିଳିବ ଛାଡ଼ ?

ଅଷ୍ଟ୍ରେଲିଆ ସିରିଜ୍ ଖେଳି ଫେରିଥିବା ଖେଳାଳିଙ୍କୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଟାଇମ୍ ଟ୍ରାଏଲ୍ ଦେବାକୁ ପଡ଼ିବ ନାହିଁ । କିନ୍ତୁ ସିରିଜ୍ ନିର୍ଦ୍ଦିଷ୍ଟ ମ୍ୟାଚ୍ ପାଇଁ ଚୟନ ହୋଇଥିବା ଖେଳାଳିଙ୍କୁ ଟାଇମ୍ ଟ୍ରାଏଲରେ ସଫଳ ହେବାକୁ ପଡ଼ିବ ।

ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ଗସ୍ତ ବେଳେ ଭାରତୀୟ ଖେଳାଳି ଆହତ ହେବା କାରଣରୁ ବିସିସିଆଇକୁ ଅନେକ ସମାଲୋଚନା କରିଥିଲେ । ବିସିସିଆଇ କହିଥିଲା ଖେଳାଳିଙ୍କ ଫିଟନେସ୍ ସହ କୌଣସି ବୁଝାମଣା କରାଯିବ ନାହିଁ ।

Leave A Reply

Your email address will not be published.