Latest Odisha News

BREAKING NEWS

ଏହି ଦିନ କେଶ ଧୋଇବା ଅଶୁଭ..

ଭୁବନେଶ୍ବର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ କେଶ ଧୋଇବାକୁ ନେଇ  କିଛି ନିୟମ ରହିଛି । କେଶ ଧୋଇବା ପାଇଁ କେଉଁ ଦିନ ଶୁଭ ଓ କେଉଁ ଦିନ ଅଶୁଭ ଜାଣିଛନ୍ତି କି? ତେବେ ମହିଳାମାନେ ମଙ୍ଗଳବାର, ଗୁରୁବାର ଏବଂ ଶନିବାର ଦିନ କେଶ ଧୋଇବା ଉଚିତ୍ ନୁହେଁ ବୋଲି ବିଶ୍ୱାସ କରାଯାଏ । ସେହିପରି ପୁରୁଷମାନେ ଗୁରୁବାର ଏବଂ ଶନିବାର ଦିନ ଦାଢି଼ କାଟିବା ଅନୁଚିତ୍।

ମଙ୍ଗଳବାର-ମଙ୍ଗଳବାର ଦିନ କେଶ ଧୋଇଲେ ଘରେ ସୁଖ ସମୃଦ୍ଧି ହ୍ରାସ ପାଏ ଏବଂ ଘରେ ଧନର ଅଭାବ ଦେଖାଦିଏ । ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ, ବିବାହିତ ହେଉ ଅବା ଅବିବାହିତ ମହିଳାମାନେ ମଙ୍ଗଳବାର ଦିନ କେଶ ଧୋଇଲେ ନକରାତ୍ମକ ଶକ୍ତିର ସଂଚାର ବଢେ। ତେଣୁ ଏହି ଦିନରେ କେଶ ଧୋଇବା ଅନୁଚିତ୍ ।

ଗୁରୁବାର- ବିଶ୍ୱାସ ରହିଛି ଯେ ଗୁରୁବାର ଦିନ କେଶ ଧୋଇବା ଦ୍ୱାରା ଆପଣଙ୍କୁ ଭଗବାନ ବୃହସ୍ପତି ଏବଂ ଦେବୀ ଲକ୍ଷ୍ମୀଙ୍କ କୃପା ମିଳେ ନାହିଁ । ଏହା ବ୍ୟକ୍ତିଙ୍କୁ ଗରିବ କରିପାରେ । ସେହିଭଳି କୁହାଯାଏ ଯେ ଜଣେ ମହିଳା ଗୁରୁବାର ଦିନ କେଶ ଧୋଇବା ଦ୍ବାରା ଧୀରେ ଧୀରେ ତାଙ୍କର ସମସ୍ତ ସମ୍ପତ୍ତି କ୍ଷୟ ହୋଇଥାଏ ।

ଶନିବାର- ଏହି ଦିନ କେଶ ଧୋଇବା ଦ୍ୱାରା ଦୁର୍ଭାଗ୍ୟ ଆସିଥାଏ ବୋଲି ବିଶ୍ବାସ କରାଯାଏ । କୁହାଯାଏ ଯେ, ଶନିବାର ଦିନ କେଶ ଧୋଇବା ଦ୍ୱାରା ଶନିଦେବ କ୍ରୋଧିତ ହୋଇପାରନ୍ତି ।

ତେବେ ଲୋକମାନେ ଦିନ ଅନୁଯାୟୀ ଭିନ୍ନ ଭିନ୍ନ ରୀତିନୀତିରେ ବିଶ୍ୱାସ କରୁଛନ୍ତି ।

Comments are closed.