Latest Odisha News

BREAKING NEWS

ନୀତିଦିନ କରନ୍ତୁ ଧନୁରାସନ; ମିଳିବ ଏହି ଫାଇଦା

ଭୁବନେଶ୍ୱର: କଥାରେ ଅଛି ଯୋଗ କଲେ ଶରୀର ନିରୋଗ ରହେ। ଆମେ ଆଜି ଆପଣଙ୍କୁ ଏପରି ଏକ ଯୋଗାସନ ସମ୍ପର୍କରେ କହିବୁ ଯାହା କଲେ ଆପଣଙ୍କ ମେରୁଦଣ୍ଡ ଏକଦମ ସୁସ୍ଥ ରହିବ। ଏହାସହ ତଳିପେଟ ବଢ଼ୁଥିଲେ, ଅଣ୍ଟାରେ ଯନ୍ତ୍ରଣା ଅନୁଭବ ହେଉଥିଲେ କିମ୍ବା ଶ୍ୱାସ ରୋଗ ସମସ୍ୟା ଥିଲେ ଧନୁରାସନ ପ୍ରତିଦିନ ସକାଳେ କିଛି ସମୟ କରନ୍ତୁ।

ଏହି ଆସନ କରିବା ସମୟରେ ଏହାର ପ୍ରଭାବ ଆପଣ ବେକ, ତଳିପେଟ ଓ ଅଣ୍ଟା ଉପରେ ପଡ଼ିବା ସହ ଆରାମ ମଧ୍ୟ ଅନୁଭବ କରିବେ। କେବଳ ଯେ ଏହି ତିନୋଟି ସମସ୍ୟା ନୁହେଁ ଆହୁରି ଛୋଟବଡ଼ ସମସ୍ୟା ସମାଧାନ ମଧ୍ୟ କରେ ଏହି ଧନୁରାସନ।

କିପରି କରିବେ

*ପ୍ରଥମେ ପେଟେଇ ସିଧା ଶୋଇ ରୁହନ୍ତୁ

*ଏକ ଲମ୍ବା ନିଶ୍ୱାସ ଛାଡ଼ିବା ପରେ ଦୁଇ ଆଣ୍ଠୁକୁ ଭାଙ୍ଗି ଗୋଇଠିକୁ ଦୁଇ ହାତର ପାପୁଲି ସାହାଯ୍ୟରେ ଧରି ରଖନ୍ତୁ

*ସ୍ୱାଭାବିକ ଶ୍ୱାସକ୍ରିୟା ସହ ଦୁଇ ଜଘଂ ପେଟ ଓ ମୁଣ୍ଡକୁ ମଧ୍ୟ ଯେତେଦୂର ସମ୍ଭବ ଉପରକୁ ଉଠାନ୍ତୁ

*ପୂରା ଶରୀରର ଓଜନକୁ ତଳି ପେଟ ଉପରେ ରଖିବା ପାଇଁ ଚେଷ୍ଟା କରନ୍ତୁ ଓ ଉପରକୁ ଦୃଷ୍ଟି ରଖନ୍ତୁ। ଏହି ଆସନରେ କିଛି ସମୟ ରହିବା ପରେ ନିଶ୍ୱାସ ଛାଡ଼ିବା ସହ ଧୀରେ ଧୀରେ ଗୋଡ଼ ଓ ମୁଣ୍ଡକୁ ତଳକୁ ଖସାନ୍ତୁ।

Leave A Reply

Your email address will not be published.