Latest Odisha News

BREAKING NEWS

ସୌରାଷ୍ଟ୍ରର ପ୍ରଥମ ଇନିଂସ୍‌ ସ୍କୋର ଠାରୁ ୨୯୧ ରନ୍‌ ପଛରେ ବେଙ୍ଗଲ

ରାଜକୋଟ: ରଣଜୀ ଟ୍ରଫି ଫାଇନାଲର ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ବେଙ୍ଗଲ ହାତରେ ୭ଟି ୱିକେଟ ବାକି ଥିବା ବେଳେ ଦଳ ସୌରାଷ୍ଟ୍ରର ପ୍ରଥମ ଇନିଂସ୍‌ ସ୍କୋର ଠାରୁ ୨୯୧ ରନ୍‌ ପଛରେ ରହିଛି । ସୌରାଷ୍ଟ୍ର ପ୍ରଥମ ଇନିଂସରେ ଅର୍ପିତଙ୍କ ଶତକ ବଳରେ ୪୨୫ କରି ଅଲଆଉଟ ହୋଇଯାଇଛି। ଏହାର ଜବାବରେ ବେଙ୍ଗଲ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ୩ ୱିକେଟ ହରାଇ ୧୩୪ ରନ୍‌ କରିଛି । ଷ୍ଟମ୍ପ ଅପସାରଣ ବେଳକୁ ସୁଦୀପ ଚାଟାର୍ଜୀ ୪୭ ଓ ରିଦ୍ଧିମାନ ସାହା ୪ ରନ୍‌ କରି ଅପରାଜିତ ରହିଛନ୍ତି।

ଗତକାଲିର ସ୍କୋର ୩୮୪/୮ରୁ ଆଜି ସୌରାଷ୍ଟ୍ର ତା’ର ଇନିଂସ ଆରମ୍ଭ କରିଥିଲା । ଧର୍ମେନ୍ଦ୍ର ସିଂହ ଜାଡେଜା(୩୩) ଓ ଜୟଦେବ ଉନାଦକତ(୨୦)  ଶେଷ ୱିକେଟ ପାଇଁ ୩୮ ରନ୍‌ର ଭାଗିଦାରୀ କରି ଦଳୀୟ ସ୍କୋରକୁ ୪୨୫ରେ ପହଞ୍ଚାଇଥିଲା। ୪୨୫ ରନ୍‌ର ଜବାବରେ ବେଙ୍ଗଲ ୩୫ ରନ୍‌ରେ ହିଁ କ୍ରମାଗତ ଦୁଇଟି ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ପ୍ରଥମେ ସୁଦୀପ କୁମାର(୨୬) ଓ ଏହାପରେ ଅଭିମନ୍ୟୁ ଈଶ୍ୱରନ ୯ ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ। ତେବେ ଅଭିଜ୍ଞ ମନୋଜ ତିୱାରୀ ଓ ସୁଦୀପ ଚାଟାର୍ଜୀ ସ୍ଥିତି ସମ୍ଭାଳିଥିଲେ। ଉଭୟ ତୃତୀୟ ୱିକେଟ ପାଇଁ ୮୯ ରନର ଭାଗିଦାରୀ କରିଥିଲେ। ଏହି ସମୟରେ ୩୫ ରନ କରିଥିବା ତିୱାରୀ ଆଉଟ ହୋଇଥିଲେ। ତାଙ୍କ ୱିକେଟ ଚିରାଗ ଜଇନି ନେଇଥିଲେ। ତିୱାରୀଙ୍କ ସ୍ଥାନରେ ଆସିଥିବା ସାହା ପୂରା ଧିମା ଖେଳ ପ୍ରଦର୍ଶନ କରି ସୁଦୀପଙ୍କୁ ଭରପୂର ସହଯୋଗ କରିଥିଲେ। ଏଥିସହ ଦିବସର ଶେଷ ହେବା ଯାଏ ବେଙ୍ଗଲକୁ ଆଉ କୌଣସି କ୍ଷତି ଘଟାଇ ନଥିଲେ।

Leave A Reply

Your email address will not be published.