Latest Odisha News

BREAKING NEWS

ଶାହାରୁଖଙ୍କ ପଠାନର ୧୨ଟି ସିନ କଟାଗଲା, ୨୫ରେ ହେବ ରିଲିଜ

ମୁମ୍ବାଇ: ବଲିଉଡ ଷ୍ଟାର ଶାହାରୁଖ ଖାଁଙ୍କ ପଠାନ ଫିଲ୍ମ ଜାନୁୟାରୀ ୨୫ରେ ରିଲିଜ ହେବ । ସେନ୍ସର ବୋର୍ଡ ୧୨ଟି କଟ ସହ ଏହି ଫିଲ୍ମକୁ ୟୁଏ ସାର୍ଟିଫିକେଟ ଦେଇଛି । ବିବାଦୀୟ ଭଗୱା ବିକନୀ ସିନ କିମ୍ବା ବେଶରମ ରଙ୍ଗ ଗୀତ ହଟାଯାଇ ନାହିଁ । ତେବେ ଏହି ଗୀତର ଅଶ୍ଲୀଳ ଦୃଶ୍ୟ ଉପରେ ସେନ୍ସର ବୋର୍ଡର କଇଁଚି ଚାଲିଛି । ସେହିପରି ର ଶବ୍ଦ ବଦଳରେ ହମରା ରଖଯାଇଛି । ଫିଲ୍ମରେ କେତେକ ସ୍ଥାନରେ ପିଏମଓ ଶବ୍ଦର ବ୍ୟବହାର ହୋଇଛି । ଏହା ବଦଳରେ ପ୍ରେସିଡେଂଟ କିମ୍ବା ମିନିଷ୍ଟର ଶବ୍ଦ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ଦିବ୍ୟାଙ୍ଗ ଭାବନାକୁ ଆଖି ଆଗରେ ରଖି ଲୁଲ୍ଲେ ଲୁଙ୍ଗେଡେ ବଦଳରେ ଟୁଟେ ଫୁଟେ ଶବ୍ଦ ବ୍ୟବହାର କରାଯିବାକୁ କୁହାଯାଇଛି । ଅଶୋକ ଚକ୍ରକୁ ବୀର ପୁରସ୍କାର, ମିସେଜ ଭାରତ ମାତାକୁ ହମାରି ଭାରତ ମାତା ଓ ସମ୍ବିଧାନେ ଶବ୍ଦ ବଦଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ବ୍ୟତୀତ ଅନ୍ୟ କେତେଗୁଡିଏ ସିନକୁ କଟାଯାଇଛି । ଫିଲ୍ମ କ୍ରିଟିକ୍ସ କେଆରକେ ଖାଁ ଏହି କଟ ପରେ ଲେଖିଛନ୍ତି ପଠାନ ତ ଗଲା । ପୂର୍ବରୁ ସେ ଏହାର ଟାଇଟଲ ଏବଂ ରିଲିଜ ଡେଟ ବଦଳିବ ବୋଲି ଭବିଷ୍ୟବାଣୀ କରିଥିଲେ । ଯାହାକି ହେଲା ଭଳି ସମ୍ଭବତଃ ଲାଗୁ ନାହିଁ ।

Leave A Reply

Your email address will not be published.