Latest Odisha News

BREAKING NEWS

ନିଆରା ପୂଜା: ମୁଣ୍ଡରେ ଝୁଣାଦାନୀ ରଖି ଝୁଣାପାଠ କଲେ ପୂର୍ଣ୍ଣ ହୁଏ ମନସ୍କାମନା

ଭଦ୍ରକ: ସବୁଠି ଚାଲିଛି ମା’ଙ୍କର ନବରାତ୍ର ପୂଜା । ପୀଠରେ ନବମୀ ଓ ମଣ୍ଡପରେ ଚାଲିଛି ଅଷ୍ଟମୀ ପୂଜା । ଦୁର୍ଗା ପୂଜା ଅବସରରେ ଭଦ୍ରକ ସହରର ସ୍ଥିତ ସନ୍ଥିଆ ଓ ନୀଳକଣ୍ଠପୁର ଠାରେ ଏକ ନିଆରା ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଶତାଧିକ ମହିଳା ପୁରୁଷ ଏକତ୍ରିତ ହୋଇ ମା’ ଦୂର୍ଗାଙ୍କ ସମ୍ମୁଖରେ ମୁଣ୍ଡରେ ଝୁଣା ଦାନି ରଖି ଝୁଣାପାଠ କରୁଥିବା ଦେଖିବାକୁ ମିଳିଛି ।

ମା’ ଦୁର୍ଗାଙ୍କ ମହାଷ୍ଟମୀ ପୂଜାରେ ବଙ୍ଗୀୟ ପରମ୍ପରା ଅନୁଯାୟୀ, ଶତାଧିକ ମାନସିକଧାରୀ ଏବଂ ମାନସିକ ପୂର୍ଣ୍ଣ ହୋଇଥିବା ମହିଳା ପୁରୁଷ ଏକତ୍ରିତ ହୋଇ ମା’ ଦୂର୍ଗାଙ୍କ ସମ୍ମୁଖରେ ମୁଣ୍ଡରେ ଝୁଣା ଦାନି ରଖି ଝୁଣାପାଠ କରିବା ସହ ମା’ ଦୂର୍ଗାଙ୍କ ମଣ୍ଡପ ଚାରିପଟେ ସମର୍ପିତ ମନୋଭାବ ନେଇ ପରିକ୍ରମା କରିଥିବା ଦେଖିବାକୁ ମିଳିଛି । ତେବେ ଏହି ନିଆରା କାର୍ଯ୍ୟକ୍ରମ ଦୀର୍ଘ ବର୍ଷ ଧରି ଅନୁଷ୍ଠିତ ହୋଇଆସୁଛି ।

ତେବେ ମା’ଙ୍କ ମହାଷ୍ଟମୀ ପୂଜାରେ ଏହି ଝୁଣା ଆଳତୀ ପରିକ୍ରମା କରିଲେ, ମା’ ଭକ୍ତ ମାନଙ୍କର ମନସ୍କାମନା ପୂରଣ କରନ୍ତି ବୋଲି ବିଶ୍ୱାସ ରହିଛି । ତେଣୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ସନ୍ଥିଆ ନୀଳକଣ୍ଠପୁର ଠାରେ ଶହ ଶହ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ଏହି ଝୁଣା ପାଠ ସମୟରେ ମା’ ଦୂର୍ଗା ଭକ୍ତଙ୍କ ଦେହରେ ଆବିର୍ଭାବ ହେବାରୁ ଦାସୀ ଆସିଥିବା ଦେଖିବାକୁ ମିଳିଥାଏ ।

Leave A Reply

Your email address will not be published.