Latest Odisha News

BREAKING NEWS

ଉନ୍ମୋଚିତ ହେଲା ‘ଭଗବତ ଗୀତା : ଦି ସଙ୍ଗ ଅଫ ଗଡ’

ଭୁବନେଶ୍ୱର : ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ , ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ସ୍ୱାମୀ ମୁକୁ ମୁକୁନ୍ଦାନନ୍ଦଙ୍କ ରଚିତ “ଭଗବତ ଗୀତା : ଦି ସଙ୍ଗ ଅଫ ଗଡ” ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ “ଭଗବତ ଗୀତାର ଜୀବନ ଉପଯୋଗୀ ଶିକ୍ଷା ” ବିଷୟ ଉପରେ ସ୍ୱାମୀଜୀଙ୍କର ଏକ ପ୍ରବଚନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଭୁବନେଶ୍ୱରସ୍ଥିତ ସତସଙ୍ଗୀମାନଙ୍କ ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର କୁଳପତି ଏସ. କେ. ଦାସ ଓ କିଶନଲାଲ ଭରତିୟା ଯୋଗ ଦେଇଥିଲେ ଏବଂ ପରିଶେଷରେ ସଂସ୍ଥାର ସଂଯୋଜକ ଦୋଳ ଗୋବିନ୍ଦ ରଥ ଧନ୍ୟବାଦ ଅର୍ପଣ କରିଥିଲେ।

 

 

Leave A Reply

Your email address will not be published.