କବିତା : ମୃଦଙ୍ଗ

ଗଦାଧର ସାହୁ 

ଭିତରେ ଅଦୃଶ୍ୟ
ଲମ୍ବା ପୋଡା ମାଟି ହାଣ୍ଡି,
ଉପରେ ମାଳ ମାଳ ଚମଡା ଛାଉଣୀ

ବାମ ଡାହାଣରେ
ଗୋଲାକାର କଳାଦାଗ
କିରଣ ସରିଛି,
ଏବେ ବାଜିବାକୁ ସେ ପ୍ରସ୍ତୁତ
ଆସ କିଏ ବଜାଇବ ।

ତା ଦେହରୁ
ନାଦବ୍ରହ୍ମ ,ଶବ୍ଦବ୍ରହ୍ମ
ବାହାର କରିବା
କଳା, କୌଶଳ ସିଖିଛତ ?
କେତେ ଅଭ୍ୟାସ କରିଛ ?

ସଂଳାପ, ଆଳାପ
ମୃଦଙ୍ଗରେ ପ୍ରତିଧ୍ୱନିତ୍ଵ ହେବ
ଆମ ଧାର୍ମିକ, ସାଂସ୍କୃତିକ
ମୂଲ୍ୟବୋଧ ବିନ୍ଦୁ,
ସିନ୍ଧୁ ହୋଇ ବହି ଚାଲିବ
ବେଦ, ଉପନିଷଦ
ଗୀତା, ଭାଗବତ
ରାମାୟଣ ,ମହାଭାରତ
ପୋଥି ଓ ପୁରାଣର
ଅମୃତମୟ ବାଣୀ ।

ଶବ୍ଦ ବ୍ରହ୍ମ , ନାଦ ବ୍ରହ୍ମ
ସଙ୍ଗୀତ ତରଙ୍ଗରେ
ଭେଦିଯିବ କର୍ଣ୍ଣଦେଇ
ଦେହ, ମନ, ପ୍ରାଣ
ଚିନ୍ତା ଚେତନାରେ
ମୃଦଙ୍ଗର ତାଳେତାଳେ
ଯୁଗ ଯୁଗାନ୍ତର । ।।

ବ୍ରହ୍ମଗିରି