Latest Odisha News

BREAKING NEWS

[ଭିଡିଓ] ଜିମ୍ନାସିୟମରେ ପ୍ରି-ୱେଡିଂ ଫଟୋ ସୁଟ୍‌, ହେଲେ କାହିଁକି ?

ଭୁବନେଶ୍ୱର: ଚାଲିଛି ବିବାହ ଋତୁ । ଏହି ସମୟରେ ଭାରତର ଅନେକ ସ୍ଥାନରେ ବିଭିନ୍ନ ଲୋକ ବିବାହ କରିବା କିଛି ନୂଆ କଥା ନୁହେଁ । ତେବେ ବର୍ତ୍ତମାନ ସମୟରେ ବିବାହ ସମାରୋହରେ ପ୍ରି-ୱେଡିଂ ଫଟୋ ସୁଟ୍ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭୂମିତା ତୁଲାଉଛି । ଏଥିପାଇଁ ଉଭୟ ବର ଓ କନ୍ୟା କ୍ରିଏଟିଭିଟି ମାମଲାରେ କୌଣସି ପ୍ରକାର କମ୍ପ୍ରମାଇଜ୍ କରିବାକୁ ଚାହୁଁନାହାଁନ୍ତି ।

ନିକଟରେ ଏକ ପ୍ରି-ୱେଡିଂ ଫଟୋ ସୁଟ୍‌ର ଭିଡିଓ ଖୁବ ଭାଇରାଲ୍ ହୋଇଛି । ଏଥିରେ କନ୍ୟା ଜଣକ ଜିମ୍ନାସିୟମରେ କସରତ କରିବାରେ ନଜର ଆସିଛନ୍ତି । ଆଉ ତା’ ପୁଣି ବଧୁ ବେଶରେ । ହିଲ୍ ଜୋତା ପିନ୍ଧିଥିଲେ ସୁଦ୍ଧା ଯୁବତୀ ଜଣକ କିନ୍ତୁ ବେଶ ଭଲ ଭାରସାମ୍ୟ ରକ୍ଷା କରିବାରେ ସଫଳ ହୋଇଥିଲେ । ଏହି ଭିଡିଓରୁ ସ୍ପଷ୍ଟ ପ୍ରମାଣିତ ହୋଇଛି ଯେ, ନିଜ ବିବାହର ସ୍ମୃତିକୁ କିଛି ହଟ୍‌କେ ଅନ୍ଦାଜରେ ସାଇତି ରଖିବା ପାଇଁ ଲୋକେ ଉଟପଟାଙ୍ଗ କ୍ରିଏଟିଭିଟି କରିବାକୁ ବି ପଛାଇନଥାନ୍ତି ।

Leave A Reply

Your email address will not be published.