Latest Odisha News

BREAKING NEWS

ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କ ଦ୍ୱାଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭା ଓ ଭଜନ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କ ଦ୍ୱାଦଶାହ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ଓ ଭଜନ ସନ୍ଧ୍ୟା ନାଲ୍କୋ ନଗର କମ୍ୟୁନିଟ୍ ସେଣ୍ଟରରେ ଗତ ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଛି ।

ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ସ୍ମୃତିସଭା ସହ ବ୍ରାହ୍ମଣମାନଙ୍କ ଦ୍ୱାରା ବେଦମନ୍ତ୍ର ପାଠ କରାଯାଇଥିଲା । ପରେ ବହୁ ବିଶିଷ୍ଟ ସାମ୍ବାଦିକ, ରାଜନେତା, ସମାଜସେବୀ, ଶିକ୍ଷାବିତ୍ ଓ ପ୍ରଶାସକ ଯୋଗଦେଇ ତାଙ୍କର ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦେବୀ ମିଶ୍ର, ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ବିଜେପିର ବରିଷ୍ଠ ନେତା ସଜ୍ଜନ ଶର୍ମା, ଗ୍ରାମ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଏବଂ ଓସ୍ଡ଼ମାର ପରି•ଳନା ନିର୍ଦ୍ଦେଶକ ପ୍ରଦୀପ କୁମାର ଜେନା, ବରିଷ୍ଠ ପ୍ରଶାସକ ପ୍ରଦୀପ ବିଶ୍ୱାଳ, ‘ପ୍ରମେୟ’ର ସମ୍ପାଦକ ଗୋପାଳକୃଷ୍ଣ ମହାପାତ୍ର, ସୁଦର୍ଶନ ନାୟକ, ‘ପ୍ରତିଦିନ’ର ସମ୍ପାଦକ ସୁଧୀର ପଣ୍ଡା, ‘ସ୍ୱାଧୀକାର’ର ସମ୍ପାଦକ ଅକ୍ଷୟ କୁମାର ପତି, ‘ଓଡ଼ିଶା ଭାସ୍କର’ର ମୁଖ୍ୟ ସମ୍ପାଦକ ପ୍ରଦୋଷ ପଟ୍ଟନାୟକ, ‘ସୂର୍ଯ୍ୟପ୍ରଭା’ର ସମ୍ପାଦକ ବିକାଶ ସ୍ୱାଇଁ, ‘ପ୍ରଗତିବାଦୀ’ର ମୁଖ୍ୟ ଲଳିତ ପାଟ୍ଟଯୋଶୀ, ‘ସମାଜ’ର ଭୁବନେଶ୍ୱର ବ୍ୟୁରୋମୁଖ୍ୟ ସମରେନ୍ଦ୍ର ଜେନା, ‘ପ୍ରମେୟ’ର ବ୍ୟୁରୋମୁଖ୍ୟ ଧୀରେନ୍ଦ୍ର ନାରାୟଣ ମିଶ୍ର, ‘ଓଡ଼ିଶା ଭାସ୍କର’ ବ୍ୟୁରୋମୁଖ୍ୟ କୌସ୍ତୁଭ ଦାସ, ‘ଉନ୍ନତି ପଥେ’ର ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ମହାନ୍ତି, ବରିଷ୍ଠ ସାମ୍ବାଦିକ ସନ୍ଦୀପ ମିଶ୍ର, ଦେବେନ୍ଦ୍ର ସୁଆର, ସାରଦା ଦେବତା, ରାଜାରାମ ଶତପଥୀ, କେ. ରବି, ଯତୀନ ଦାସ, ରବି ଦାସ, ଦେବୀ ପଟ୍ଟନାୟକ, ସିଦ୍ଧାର୍ଥ କାନୁନ୍ଗୋ, ଅରବିନ୍ଦ ମିଶ୍ର, ବଳଭଦ୍ର ଦାସ, ବିବେକାନନ୍ଦ ଜେନା, ଶିବ ମହାନ୍ତି, ଶୁଭାଶିଷ ମହାନ୍ତି, ପ୍ରତାପ ସାମଲ, ସନତ ମିଶ୍ର, ରାଧାମାଧବ ମିଶ୍ର, ବଳରାମ ଦାସ, ସଞ୍ଜୟ ଦାସ, ପ୍ରିୟରଞ୍ଜନ ସାହୁ, ଇମ୍ଫାର ଉପସଭାପତି ଅଶୋକ ବେହେରା, ନାଲ୍କୋର ଡ଼ିଜିଏମ ଲଲାଟେନ୍ଦୁ ଦାସ ଓ ଆଶୁତୋଷ ରଥ, ପ୍ରତାପ ପଟ୍ଟନାୟକ, ଟାଟାଷ୍ଟିଲ୍ର ସୌମିତ୍ର ପଟ୍ଟନାୟକ, ଡ଼ିଏସ୍ପିଏଲ୍ର ପ୍ରଦ୍ୟୁମ୍ନ ପଣ୍ଡା, ଜେଏସ୍ପିଏଲ୍ର ପ୍ରଶାନ୍ତ ହୋତା ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସ୍ୱର୍ଗତ ଦିଲ୍ଲୀପ ଶତପଥୀଙ୍କ ଭାଇ ଦୀନବନ୍ଧୁ ଶତପଥୀ ପରି•ଳନା କରିଥିଲେ ।

Leave A Reply

Your email address will not be published.